Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୃସିଂହଙ୍କ ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାର୍ଶ୍ଵ ଦେବତାଙ୍କ ପୂଜା ଭିତରେ ଦକ୍ଷିଣ ପାର୍ଶ୍ଵ ଦେବତା ବରାହଙ୍କ ପୂଜା ବିଧି ଆଲୋଚନା ସରିଲା ପରେ ଏବେ ଯିବା ପଶ୍ଚିମ ପଟ ବା ମନ୍ଦିରର ପଛପଟର ଦେବତା ନୃସିଂହ ଠାକୁରଙ୍କ ପୂଜା ବିଧି ଆଲୋଚନା କରିବା। ସମସ୍ତ ପୂଜା ଯେପରି ଆରମ୍ଭ ହୁଏ ସେହିପରି ପୂଜକ ନିଜକୁ ସର୍ବାଙ୍ଗ ଶୁଦ୍ଧି କରି, ଆସନ ଶୁଦ୍ଧି ସହ ପୂଜା ବିଧାନ ଆରମ୍ଭ କରିବେ। ନିମ୍ନ ମନ୍ତ୍ର ଉଚ୍ଚାରଣ କରି “ଓଁ ଅସ୍ୟଶ୍ରୀ ଏକାକ୍ଷର ନୃସିଂହ ମନ୍ତ୍ରସ୍ୟ, ଅତ୍ରିଋଷି, ଗାୟତ୍ରୀ ଛନ୍ଦ, ଶ୍ରୀ ନୃସିଂହାଦେବତା, ପୂଜନେ ବିନିଯୋଗ। ଏହା ପରେ ଓଁ ଗନ୍ଧ ନମଃ, ପୁଷ୍ପାଣି ବୌଷଟ ଏହିପରି ବିଭିନ୍ନ ଉପଚାର ସହ ସମସ୍ତ ରୀତିନୀତି ଅନୁସାରେ ପୂଜା କରିବେ। ପାର୍ଶ୍ଵ ଦେବତାମାନଙ୍କ ପୂଜା ସାଧାରଣତଃ ପଞ୍ଚ ଉପଚାରରେ କାରାଯାଏ। ନୃସିଂହଙ୍କ ଏକାକ୍ଷର ମନ୍ତ୍ର ହେଲା ଓଁ କ୍ଷ୍ରୋଂ। ଏବେ ଜାଣିବା ନୈବେଦ୍ୟ ପରେ ନୃସିଂହଙ୍କ ଧ୍ୟାନ ମନ୍ତ୍ର “ତପନ ସୋମହୁତାଶନ ଲୋଚନଘନବିରାମହିମାଂଶୁ ସମପ୍ରଭମ୍ ।

ଅଭୟ ଚକ୍ର ପିନାକ ବରାନ କରୈ –
ଦ୍ରଧତମିନ୍ଦୁଧରଂ ନୃହରିଂଭଜେ ।। ”

ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀମନ୍ଦିରର ଉତ୍ତର ପଟେ ଥିବା ପାର୍ଶ୍ଵ ଦେବତା ତ୍ରିବିକ୍ରମ ଅବା ବାମନଙ୍କ ପୂଜା ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ସେ ଅପରାଧେ ଦଣ୍ଡ ପାଇ
ତାହାର ସୁଖଲେଶ ନାହିଁ।
ଯାହାକୁ ହୁଅଇ ସଦୟେ
ସମ୍ପଦ ହରଇ ଥୋକାଏ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.