ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା-ଆଚ୍ଛନ୍ନ ହୋଇ ମୁହିଁ
ଯାହା ଜଣାଏଁ ଲେଖି, କହି
ତାହା ନ ହୋଇଲେ ସ୍ବୀକାର୍ଯ
ହରାଏଁନାହିଁ ନିଜ ଧୈର୍ଯ
ହୁଏତ ମୋର କଥା ଲେଖା
ଅଜଣା କାରଣୁ ଅବିକା
କେତେକେ କରଂତି ଅଗ୍ରାହ୍ୟ
ତାହା ମୁଁ କରିପାରେଁ ସହ୍ୟ
ବିରୋଧ ଅବା ସମର୍ଥନ
ବଦଳେ ସଂସ୍କାର ସାଧନ
ଆଡ଼କୁ ଦେଇ ବେଶି ଧ୍ୟାନ
କରେଁ ଗ୍ରଂଥାଦି ପ୍ରଣୟନ
ଥିଲେ ହେଁ ଗଦା ଗଦା ବହି
ଲୋକେ ତାହା ଛୁଅଂତିନାହିଁ
ଅଛୁଆଁ ହେଲେ ଯେଣୁ ଗ୍ରଂଥ
ସ୍ବଭାଷୀ ହୁଡ଼ିଗଲେ ପଥ
ଚଳିତ କାଳର ଏ ଚିତ୍ର
ଦେଖିଲେ ଲାଗଇ ବିଚିତ୍ର
କ’ଣ, କିପରି, କେବେ ଥିଲା
ସେ ସବୁ କେଣେ ହଜିଗଲା
ଶବ୍ଦଭଂଡାରେ ତାଲା ଝୁଲେ
ଚାବିଟି ଖୋଜିଲେ ନ ମିଳେ
ପବନ କରେ ସେଠି ବାସ
ଲୋକେ ଛାଡ଼ଂତି ଦୀର୍ଘଶ୍ବାସ
ସଂଗ୍ରହ ଆଉ ସଂରକ୍ଷଣ
ଆଡ଼କୁ ନିଅଂତିନି ମନ
ଆମ କବି, ଲେଖକଗଣ
ସ୍ବଭାଷା ପ୍ରତି ଉଦାସୀନ
ବିଶେଷ କିଛି ବି ନ କରି
ହୁଅଂତି ଯଶ-ଅଧିକାରୀ
ନୁହଂତି କାହାର ପ୍ରେରଣା
ଚାଲିଛି ପୁରସ୍କାର ଗଣା
Comments are closed.