Latest Odisha News

BREAKING NEWS

ମୋ କ୍ୟାରିୟରରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛି ବୋଲି କହିଲେ ଇଶା ଗୁପ୍ତା

ମୁମ୍ବାଇ: ମୁଁ ମୋ କ୍ୟାରିୟର ଭିତରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛିି । ଏଥିପାଇଁ ମୋ ହାତରୁ ଅନେକ ଫିଲ୍ମ ମଧ୍ୟ ଚାଲିଯାଇଛି । ଏଭଳି କିଛି କହିଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତା । ଇଶାଙ୍କ ଏପରି କଥା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନିକଟରେ ରିଲିଜ୍ ହୋଇଥିବା ୱେବ ସିରିଜ୍ ‘ଆଶ୍ରମ-୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତା । ଏଥିରେ ତାଙ୍କର ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି । ସେ ଅନେକ ବଲିଉଡ଼ ଫିଲ୍ମ ଓ ୱେବ ସିରିଜରେ ନଜର ଆସିଛନ୍ତି । ନିକଟରେ ଇଶା ଏକ ସାକ୍ଷାତକାରରେ ନିଜର ଅଭିଜ୍ଞତା ସେୟାର କରି କହିଛନ୍ତି ଯେ, ମୁଁ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛି । ଥରେ ଜଣେ ଫିଲ୍ମ ନିର୍ମାତା ମୋତେ ଏକ ଫିଲ୍ମର ସୁଟିଂ ସମୟରେ ତାଙ୍କ ସହ ରାତି କଟାଇବାକୁ କହିଥିଲେ । ସୁଟିଂ ଅଧା ହୋଇଥିବା ଭାବି ମୁଁ ହଁ କରିଦେବି ବୋଲି ସେ ଭାବିଥିଲେ । ହେଲେ ମୁଁ ମନା କରିଦେଇଥିଲି । ଏଥିପାଇଁ ମୋତେ ସେହି ଫିଲ୍ମ ସହ ଆହୁରି ଅନେକ ଫିଲ୍ମରୁ ହଟାଇ ଦିଆଯାଇଥିଲା । ରାତି ନ କଟାଇଲେ ଆମେ କାହିଁକି ଫିଲ୍ମରେ ନେବୁ ବୋଲି ନିର୍ମାତା କହୁଥିଲେ । ଦ୍ୱିତୀୟ ଘଟଣାରେ, ଦୁଇ ଜଣ ଲୋକ ମୋ ପାଇଁ କାଷ୍ଟିଂ କାଉଚର ଜାଲ ବିଛାଉଥିଲେ । ମୁଁ ସେମାନଙ୍କ ସବୁ ଯୋଜନା ବୁଝି ଯାଇଥିଲି । ସେମାନଙ୍କ ଫାଶରେ ନ ପଡ଼ି ମୁଁ କେମିତି ଏଥିରୁ ନିଜକୁ ରକ୍ଷା କରିବି ତା’ର ବାଟ ବାହାର କଲି । ଏହା ପରେ ରୁମରେ ଏକା ନ ଶୋଇ ମୁଁ ମୋର ମେକ୍‌ଅପ ଆର୍ଟିଷ୍ଟଙ୍କୁ ଡାକିଲି ଏବଂ ତାଙ୍କୁ ମୋ ସହିତ ରୁମରେ ରହିବାକୁ କହିଲି ।

Comments are closed.