ଭୁବନେଶ୍ଟର: ବିଧାନସଭା ମୌସୁମୀ ଅଧିବେଶନରେ ଦୁଇ ଦିନର ବିରତି ପରେ ଆଜି ଚାଲିବ ଗୃହ । ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି । ଆଜି ପଞ୍ଚୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନିର୍ମାଣ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି ।
ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି । ତେବେ ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୁଖ୍ୟ ବିରୋଧୀ ବିଜେପି ଗୃହରେ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି । ଅନ୍ୟପଟେ ଗୃହକୁ ସ୍ବାଭାବିକ ଭାବେ ଚାଲିବାକୁ ଅପିଲ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ ବିଜେପି ବିଧାୟକ ମାନେ ବିଧାନସଭାରେ ଜନବିରୋଧୀ ନୀତି ଆପଣାଇଛନ୍ତି । ଅନ୍ୟପଟେ ମୌସୁମୀ ଅଧିବେଶନ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାରୁ ଆଜି ଗୃହ ପୁଣିଥରେ କମ୍ପିବ ନା ସ୍ୱଭାବିକ ହେବ ତା ଉପରେ ସଭିଙ୍କ ନଜର ରହିଛି ।
Comments are closed.