ଭୁବନେଶ୍ବର: ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା । ଭୁବନେଶ୍ବରରୁ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲକୁ ପୋଲିସ ଗିରଫ କରିଛି । ଆଠଗଡରୁ ଭୁବନେଶ୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାରଟି ଚଢିଯାଇଥିଲା । ନିଜେ କାର ମାଲିକ ବିକାଶ ହିଁ ବେପରୁଆ ଭାବେ ଗାଡି ଚଳାଉଥିଲେ । ଅଭିଯୁକ୍ତ ବିକାଶଙ୍କ ନାଁରେ ୨୭୯, ୩୦୪(ଏ)ରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି ।
ସୂଚନା ମୂତାବକ ଗତ ୩୦ ତାରିଖ ଦିନ ବିଳମ୍ବିତ ରାତିରେ ଏକ କାର ଏଜି ଛକରୁ ରାଜମହଲ ଅଭିମୁଖେ ଆସୁଥିଲା । ଏତିକି ବେଳେ ରାଜମହଲ ଫୁଟପାଥରା କିଛି ଶ୍ରମିକ ଆଶ୍ରୟ ନେଇଥିଲେ । ଏହି କାରଟି ପ୍ରଥମେ ଡିଭାଡରରେ ପିଟି ହୋଇଯାଇଥିଲା । ଏବଂ ପରେ ଏହା ଫୁଟପାଥ ଉପରକୁ ଚଢି ଯାଇଥିଲା । ଫଳରେ ଫୁଟପାଥରେ ନିଘୋଡ ନିଦ୍ରାରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ଶ୍ରମିକଙ୍କ ଉପରେ କାର ଚଢାଇ ଦ୍ରୁତ ଗତିରେ କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଡ୍ରାଇଭର । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଥିଲା । କିନ୍ତୁ ଅଭିଯୁକ୍ତ ଡ୍ରାଇଭରଙ୍କୁ ଖୋଜାଖୋଜି ଜାରି ରଖିଥିଲା । ଆଜି ଅଭିଯୁକ୍ତ ବିକାଶ ପାଲକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
Comments are closed.