ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବାକୁ କିଏ ବା ଭଲ ନ ପାଏ । ତେଣୁ ଛୁଟି କାଟିବା ପାଇଁ ପ୍ରାୟତଃ ଲୋକେ ସମୁଦ୍ରକୁ ଯାଇ ମଜା କରିଥାଆନ୍ତି । ଏବେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ରରେ ସ୍ନାନ କରିବା ତାଙ୍କୁ ମହଙ୍ଗା ପଡ଼ିଛି । ସେ ସମୁଦ୍ରରେ ଗାଧୋଇବା ସମୟରେ ଏକ ଅକ୍ଟୋପସ ତାଙ୍କ ମୁଣ୍ଡରେ ଲାଗିଯାଇଛି । ଶେଷରେ ତାଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ସମୁଦ୍ରରେ ସ୍ନାନ କରିବା ସମୟରେ ତାଙ୍କ ମୁଣ୍ଡ ଓ ମୁହଁରେ ଏକ ଅକ୍ଟୋପସ ଲାଗିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ବ୍ୟକ୍ତିଙ୍କ ମୁଣ୍ଡରୁ ଅକ୍ଟୋପସକୁ ଛଡ଼ାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ରହିଥିଲେ । ଫଳରେ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଡାକ୍ତର ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ । ଡାକ୍ତର ତୁରନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଆରମ୍ଭ କରି ଅକ୍ଟୋପସକୁ ପର୍ଯ୍ୟଟକଙ୍କ ଚେହେରାରୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଅନେକ ଚେଷ୍ଟାପରେ ଡାକ୍ତର ବ୍ୟକ୍ତିଙ୍କ ଚେହେରା ଓ ଛାତିକୁ ଜାବୁଡ଼ି ଧରିଥିବା ଅକ୍ଟୋପସକୁ ସୁରକ୍ଷିତ ଭାବେ ବାହାର କରିବାରେ ସକ୍ଷମ ହୋଇଥିଲେ ।
Comments are closed.