Latest Odisha News

BREAKING NEWS

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି !

ନୂଆଦିଲ୍ଲୀ: କାର୍ଯ୍ୟରତ ୧୨ ଲକ୍ଷ ରେଳ କର୍ମଚାରୀ ହେବାକୁ ଯାଉଛନ୍ତି ଉପକୃତ । ରେଳ ବିଭାଗରେ କାମ କରୁଥିବା ୧୨ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାଲାଗି କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାସହ ଖୁବ ଶୀଘ୍ର ‘ଡିଏ’ ବୃଦ୍ଧି ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।

ଦୂର୍ଗା ପୂଜା ପୂର୍ବରୁ ରେଳ କର୍ମଚାରୀଙ୍କ ଡିଏ ବୃଦ୍ଧି କରିବା ନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ଏ ସଂପର୍କରେ ଘୋଷଣା କରି ପାରନ୍ତି ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

ଚଳିତ ଥର ଦୂର୍ଗା ପୂଜା ପୂର୍ବରୁ ରେଳ କର୍ମଚାରୀଙ୍କ ଡିଏ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇ, ସେମାନଙ୍କ ଦରମାରେ ୧୨ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇ ପାରେ।

ପ୍ରତି ୬ ମାସରେ ରେଳ କର୍ମଚାରୀଙ୍କ ଏଆଇସିପିଆଇ ଆଧାରରେ ଡିଏ ବୃଦ୍ଧି କରାଯାଇଥାଏ। ଏବେ ସରକାରୀ କର୍ମଚାରୀଙ୍କ ଡିଏ ୧୨ ପ୍ରତିଶତରେ ରହିଛି।

ରେଳ ବିଭାଗର ସୂଚନା ଅନୁସାରେ, ଗତ ବର୍ଷ ମଧ୍ୟ ରେଳ କର୍ମଚାରୀଙ୍କୁ ୭୮ ଦିନ ବୋନସ ଦିଆଯାଇଥିଲା। ଅଧିକ କାମ କରୁଥିବା ରେଳ କର୍ମଚାରୀଙ୍କୁ ଅଧିକ ବୋନସ ମିଳିଥାଏ ବୋଲି ରେଳ ୟୁନିୟନ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଥାଏ।

Comments are closed.