Latest Odisha News

BREAKING NEWS

କଟକରେ ହୋଇଥିଲା ନର୍ସ ନୀହାରିକାଙ୍କ ହତ୍ୟାକାଣ୍ଡ !

କଟକ: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡ କଟକରେ ହୋଇଥିବା ନେଇ ଶନିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

କଟକର କଲ୍ୟାଣନଗରସ୍ଥିତ ଏମଏମ୍ ମେଡିକେୟାର ନର୍ସିଂହୋମରେ ନିହାରିକା ନର୍ସ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ କଟକରେ ହିଁ ହତ୍ୟା କରାଯିବା ପରେ ମୃତଦେହକୁ ଜଗତସିଂହପୁର ଜିଲ୍ଲା ବିରିଡି ନିକଟସ୍ଥ ବିଲୁଆଖାଇ ନଦୀରେ ଫୋପାଡି ଦିଆଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପ୍ଟେମ୍ବର ୮ ତାରିଖ ଦିନ ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ବାଇକରେ ନେବାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜରେ କଏଦ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଜଣେ ପୋଲିସ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ “ଏହି ଘଟଣା ଜଣେ ବ୍ୟକ୍ତି ଦ୍ୱାରା କରିବା ସମ୍ଭବପର ନୁହେଁ, ତେଣୁ ଏହି ହତ୍ୟା ଘଟଣାରେ ଅନେକ ବ୍ୟକ୍ତି ସାମିଲ ଥିବା ନେଇ ସନ୍ଦେହ କରାଯାଉଛି” ।

Leave A Reply

Your email address will not be published.