Latest Odisha News

BREAKING NEWS

ବିଏସଏନଏଲ୍ ଅଫିସରେ ଅଗ୍ନିକାଣ୍ଡ: ସପ୍ତାହ ମଧ୍ୟରେ ସ୍ୱାଭାବିକ ହେବ ସ୍ଥିତି

କଟକ: କଟକର ବିଏସଏନଏଲ୍ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ସହରରେ ବ୍ରୋଡବ୍ୟାଣ୍ଡ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ଅଧିକାରୀ ।

ପ୍ରାୟ ୧ ସପ୍ତାହ ମଧ୍ୟରେ ସବୁ ସ୍ଥିତି ତଥା ଇଣ୍ଟରନେଟ୍ ସେବାକୁ ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଶନିବାର ଦିନ ବିଏସଏନଏଲ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

“ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି । ଆମେ କାଲି ମଧ୍ୟରେ ବ୍ୟାଙ୍କ ଗୁଡିକରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପ୍ରୟାସ କରୁଛୁ । ତା’ ପରେ ଯାଇ ମୋବାଇଲ୍ ନେଟୱର୍କ ସେବା ପ୍ରଦାନ କରାଯିବ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବିଏସଏନଏଲର ସହାୟକ ମହାପ୍ରବନ୍ଧକ (ଏଜିଏମ୍), ଟ୍ରାନ୍ସମିସନ୍, ତାପସ ପ୍ରସାଦ ବେହେରା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଏସଏନଏଲ୍ ସେବା ରହିଛି । କଟକ ସହର ଓ ଆଖପାଖ ଜିଲ୍ଲାରେ ସେବା ପ୍ରଦାନ କରିବା ଆମର ପ୍ରଥମ ପ୍ରାଥମିକତା ରହିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଦ୍ୱିପ୍ରହର ୧୨ଟା ୨୦ମି. କଟକର ବଜ୍ରକବାଟି ରୋଡସ୍ଥିତ ବିଏସଏନଏଲ୍ ବିଲ୍ଡିଂର ଚାରି ମହଲାରେ କୌଣସି କାରଣବଶତଃ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।

Leave A Reply

Your email address will not be published.