ବିନୋଦିନୀ ଦାଶ
ଗାଉଥାଏ ନିତି ଏ ମଣିଷ ଜାତି
ତା’ର ଜୀବନ ସଙ୍ଗୀତ
ସୁଖଦୁଃଖ ବୋଳା ଲହରୀର ମାଳା
ହୃଦୟକୁ ହିଲ୍ଲୋଳିତ
ସମ ବିଷମ ଗତି
ଜନମୁ ମରଣ ତାଳ ଭିନ୍ନ ଭିନ୍ନ
ଦେଇ ଚାଲଇ ନିୟତି
ସେଠୁ ଲଭଇ ତୃପ୍ତି ଅତୃପ୍ତି ।
ବୁଝିଥାଏ ମନ ମାଟିଦେହ ଲୀନ
ହୋଇବ ଦିନେ ମାଟିରେ
ତଥାପି ଲୋଭରେ କାମନା ବଶରେ
ସଙ୍ଗୀତ ବେସୁରା କରେ
ପ୍ରତିଧ୍ବନି କମ୍ପନେ
ଭୟେ ଉଛୁଳଇ ଜୀବନର ନଈ
କୂଳ ଲଙ୍ଘି ପ୍ରତିକ୍ଷଣେ
ହୃଦୟ-ବନ୍ଧକୁ ବି ନ ମାନେ ।
ଯେବେ ତୋଳେ ସୁର ମଧୁର ଝଙ୍କାର
ବିମୋହିତ ତନମନ
ସତ୍ୟ ନ୍ୟାୟ ଧର୍ମ ଗତିରେ କରମ
ହୋଇଉଠେ ତେଜୀୟାନ
ସେହି ଶୁଭ ନିନାଦ
ବଦଳାଏ ଗତି କ୍ଷିତି ହିତେ ମତି
ଘୁଞ୍ଚିଯାଏ ପରମାଦ
ଆହା ! ସତେ କି ପରମାନନ୍ଦ !
କୁରୁଆଁ, ମୁଗପାଳ, ଯାଜପୁର
Comments are closed.