ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହବିଷ୍ୟାଳୀ କାର୍ତ୍ତିକ ବ୍ରତ-୨୦୨୩ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀର ପାଞ୍ଚୋଟି ସ୍ଥାନରେ ଅବସ୍ଥାପିତ ହବିଷ୍ୟାଳୀ ଶିବିରରେ ତିନି ହଜାରରୁ ଉର୍ଦ୍ଧ୍ୱ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କର ଦର୍ଶନ, ରହଣି, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ, ସ୍ୱାସ୍ଥ୍ୟବସ୍ଥା ଆଦିର ସମସ୍ଥ ବ୍ୟବସ୍ଥା କରାଯାଇଛି। ଫାଇବି-ଟି ସଚିବ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ସୁରକ୍ଷା ଓ ସେବା ଯୋଗାଇବା ନିମନ୍ତେ ଏସଏସଜି ମହିଳା ଗ୍ରୁପ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନିୟୋଜିତ କରାଯାଇଛି। ଆଜିର ଶୁଭ ସନ୍ଧ୍ୟାର ଉଦ୍ଘାଟନୀ ଉତ୍ସବରେ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, କେନ୍ଦ୍ରାଞ୍ଚଳ ଆରିଡିସି ସୁରେଶ ଚନ୍ଦ୍ର ଦଳାଇ, ପୁରୀ ଓ ନିମାପଡା ବିଧାୟକଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରୁ ଦୁରଦୁରାନ୍ତରୁ ଆସି କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସମର୍ଥ ହୋଇ ପାରିଥିବା କହିଛନ୍ତି। ସମସ୍ତ ବ୍ୟବସ୍ଥାକୁ ସ୍ୱାଗତ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ହବିଷ୍ୟାଳି ମାନେ ଦୁର୍ଘାୟୁ କାମନା କରିଛନ୍ତି। କୁମାରପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣରେ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବା ଯୋଗୁଁ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଲଗାତାର ଭକ୍ତ ଓ ହବିଷ୍ୟାଳିମାନେ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରୁଛନ୍ତି।
ବିନା ପଞ୍ଜିକରଣରେ ହବିଷ୍ୟାଳି ଶିବିରରେ କୌଣସି ବ୍ରତଧାରୀ ମାନେ ରହିପାରିବେନି ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ ହୋଇଛି। ସରକାରଙ୍କ ଯୋଜନାରେ ସାମିଲ ହବିଷ୍ୟାଳି ମାନଙ୍କୁ ଦର୍ଶନ ବ୍ୟବସ୍ଥାରେ ଯେଭଳି ସୁଯୋଗ ଦିଆଯାଉଛି ସେହିଭଳି ବାହାର ହବିଷ୍ୟାଳି ମାନଙ୍କୁ ସୁଯୋଗ ଦେବାକୁ ଦାବି ହୋଇଛି। ଚଳିତବର୍ଷ ହବିଷ୍ୟାଳୀଙ୍କ ସୁରକ୍ଷିତ ରହଣୀ, ପୂଜାର୍ଚ୍ଚନା, ଯାତାୟତ ସୁବିଧା ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ମାଜିଷ୍ଟ୍ରେଟ, ପୋଲିସ, ଅଗ୍ନିଶମ ବାହିନୀ, ସହାୟକ ମାନେ ମଧ୍ୟ ମୁତୟନ ହୋଇଛନ୍ତି।
Comments are closed.