ନୂଆଦିଲ୍ଲୀ:ବଢୁଛି ଫୋନ ହ୍ୟାକିଂ ବିବାଦ । କଂଗ୍ରେସ ନେତା ରାହଲ ଗାନ୍ଧୀଙ୍କ ସମେତ ଅନେକ ନେତା ସେମାନଙ୍କ ଆଇଫୋନ ହ୍ୟାକ ହେଉଛି ବୋଲି ସୂଚନା ଫଠାଇଛି । ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ଆଇଫୋନ । ଆପଲ ପକ୍ଷରୁ କୁହାଯାଇଛି, , ଆମେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ପ୍ରାୟୋଜିତ ହ୍ୟାକଙ୍କର ବିଷୟରେ କହି ପାରିବୁ ନାହିଁ । ତେବେ ବେଳେବେଳେ ଆପଲର କିଛି ସୂଚନା ଭୁଲ ଚେତାବନୀ ହୋଇପାରେ ।
ଏପରି ବିବାଦ ମଧ୍ୟରେ କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାର ଏହି ପ୍ରସଙ୍ଗକୁ ନେଇ ଚିନ୍ତିତ ଏବଂ ଏହାକୁ ଗଭୀରତାର ସହ ଦେଖୁଛନ୍ତି । ଏହାର ଯାଞ୍ଚ ମଧ୍ୟ କରାଯିବ । ଦେଶରେ କିଛି ବାଧ୍ୟକାରୀ ଆଲୋନ ଅଛନ୍ତି । ସେମାନେ ଦେଶର ବିକାଶ ଦେଖନ୍ତି ନାହିଁ । କାରଣ ସେମାନଙ୍କ ପରିବାର ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ସେମାନେ ନିଜ କଥା ଭାବୁଥିଲେ । ଆପଲ ଦ୍ୱାରା ହ୍ୟାକିଂ ଚେତାବନୀ କେବଳ ଭାରତର ନେତାମାନଙ୍କ ପାଖକୁ ନୁହେଁ, ୧୫୦ ଦେଶର ଭିନ୍ନଭିନ୍ନ ଲୋକଙ୍କ ପାଖକୁ ଯାଇଛି ।
ସେପଟେ ଆପଲ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରିଛନ୍ତି । ମଙ୍ଗଳବାର ଏକ ବୟାନ ଜାରି କରି ଆପଲ କହିଛି ଏପରି ହ୍ୟାକିଂ ଆଲର୍ଟ ପାଇଁ ସେ କୌଣସି ଦେଶକୁ ଦାୟୀ କରିନାହିଁ । ଆପଲ ପକ୍ଷରୁ କୁହାଯାଇଛି, ଆମେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ପ୍ରାୟୋଜିତ ହ୍ୟାକଙ୍କର ବିଷୟରେ କହି ପାରିବୁ ନାହିଁ । ବେଳେବେଳେ ଆପଲର କିଛି ସୂଚନା ଭୁଲ ଚେତାବନୀ ହୋଇପାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ତିନି ଜଣ ଲୋକଙ୍କ ପାଖକୁ ଏପରି ସୂଚନା ଯାଇଛି । ସରକାରୀ ସୂତ୍ରରେ ଏ ବିଷୟରେ ଅବଗତ ବୋଲି କୁହାଯାଇଛି । ତେବେ କମ୍ପାନୀ ପକ୍ଷରୁ ଏପରି କୌଣସି ନୋଟିଫିକୋନ ଯାଇ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
ସୂଚନାଥାଉ କି, ଆପଲ ପକ୍ଷରୁ ଏକ ଆଲର୍ଟ ମେସେଜ ‘ଷ୍ଟେଟ ସ୍ପୋନ୍ସର୍ଡ ଆଟାକର୍ସ ତୁମ ଫୋନକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି ‘ ବୋଲି ଅନେକ ନେତାଙ୍କ ଆଇଫୋନକୁ ଯାଇଥିଲା ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.