ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ତ୍ୟର ନାହିଁ ଦୈର୍ଘ୍ୟ ପ୍ରସ୍ତ
ନୈକଟ୍ୟ ଅଥବା ଦୂରତ୍ବ
ନୁହେ ତା ମିଠା କିଂବା ପିତା
ବଳ ଅଥବା ଦୁର୍ବଳତା
ସତ୍ୟର ନାହିଁ ବିଶେଷଣ
ନିର୍ଗୁଣ ଅଥବା ସୁଗୁଣ
କରିଲେ ସତ୍ୟ ଅନୁଭବ
ସକଳ ସ୍ବକର୍ମ ସଂଭବ
ସତ୍ୟାସକ୍ତ ପ୍ରତ୍ୟେକ ବ୍ୟକ୍ତି
ଉତ୍ପନ୍ନ କରେ ଅଂତର୍ଶକ୍ତି
ତାହା ହିଁ ମୁକ୍ତିଦାୟୀ ଭକ୍ତି
ନୁହେ ଏ ଲଂଘନୀୟ ଚୁକ୍ତି
ଯେ ହୁଏ ସତ୍ୟପରାୟଣ
ଖୋଜେନି ଉଦ୍ଦେଶ୍ୟ, କାରଣ
ହୁଏ ସେ ସତେ ସତ୍ୟନିଷ୍ଠ
ବରିଷ୍ଠ ହେଉ ବା କନିଷ୍ଠ
ସତ୍ୟ ହୁଏନି ଶବ୍ଦାଧୀନ
କଳ୍ପନା କିଂବା ଅନୁମାନ
କ୍ଷଣିକ ଦ୍ୟୁତି ପରି ସତ୍ୟ
ଆପେ ହୁଅଇ ପ୍ରକଟିତ
ସତ୍ୟର ପୂର୍ଣ ପରିଚୟ
କଦାପି ହୁଏନାହିଁ ଥୟ
ତେଣୁ ସଂଧାନ ନିରର୍ଥକ
ବୁଝଂତୁ ବିଶ୍ବବାସୀ ଲୋକ
ବିଶ୍ବାସୀ ହୋଇ ବିଶ୍ବବାସୀ
ପାଇପାରଂତେ ସବୁ ଖୁସି
କିଂତୁ ଅଯଥା ତର୍କଶୀଳ
ହୋଇ ବିତାଂତି ଆୟୁଷ୍କାଳ
ସତ୍ୟ ସୁଂଦର ବା କୁତ୍ସିତ
ରୂପେ ନ ହେଲେ ବିବେଚିତ
ସର୍ବଦା ହୁଏ ଗ୍ରହଣୀୟ
ନ ଥାଏ ଜୟ, ପରାଜୟ
ସତ୍ୟର ଶତ୍ରୁ ନୁହେ ମିଥ୍ୟା
ଲୋକଂକ ଉଦ୍ଭାବନୀ ମଥା
ସତ୍ୟରେ ବୋଳି ଭିନ୍ନ ଲେପ
ଘଟାଏ ତହିଁର ବିଲୋପ।
ସତ୍ୟୋପଲବ୍ଧି ଅନୁପମ
ନିଃଶେଷ କରିପାରେ ଭ୍ରମ
ଉଭୟ ସଦୟ, ନିର୍ମମ
ବୈପରୀତ୍ୟର ସମାଗମ
Comments are closed.