ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ପାଇଁ ଭବ୍ୟ ଆୟୋଜନ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମକୁ ଆସି ପାରନ୍ତି । ଏହା ବ୍ୟତୀତ ଆକର୍ଷଣୀୟ ଏୟାର ଶୋ ଆୟୋଜନ ହେବାର ଅଛି । ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲ ଏଠାରେ ଆୟୋଜିତ ହେଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି ।
ଏୟାର ଶୋ ପାଇଁ ବିଧିବଦ୍ଧ ଅନୁମତି ମଗା ଯାଇଛି । ମ୍ୟାଚ ପୂର୍ବରୁ ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ ଏହା ସବୁ ଆୟୋଜିତ ହୋଇପାରେ । ଭାରତ ୪ର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ୨ଥର ଜିତିଥିବା ବେଳେ ଥରେ ରନର୍ସଅପ ହୋଇଛି । ବର୍ତମାନ ଟିମର ପ୍ରଦର୍ଶନ ବିଚାରକୁ ନେଲେ ଭାରତ ପୁନର୍ବାର ବିଶ୍ୱକପ ଜିତିବ ବୋଲି ଆଶା କରାଯାଉଛି ।
Comments are closed.