Latest Odisha News

ଇସ୍ରୋ ଦ୍ୱାରା ସମ୍ମାନିତ ହେଲେ କୋରାପୁଟର ଗିରିଶ

ଭୁବନେଶ୍ୱର: ମନୋ କ୍ୟାମେରାରେ ଥ୍ରୀଡି ଭିଜନ ଭଳି ପ୍ରକଳ୍ପ ଲାଗି ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି କୋରାପୁଟର ଗିରିଶ ବୈଶ୍ୟରାଜ ।

ଇସ୍ରୋ ପକ୍ଷରୁ ଡ. ବିକ୍ରମ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ  ଉତ୍ସବରେ ସାରା ଦେଶରେ ଅନେକ ପ୍ରତିଯୋଗୀତା ଆୟୋଜିତ କରାଯାଉଛି । ଏନଆଇଟି, ରାଉରକେଲା ପରିସରରେ ଆୟୋଜିତ ଏହି ପ୍ରତିଯୋଗୀତାରେ ଗିରିଶଙ୍କ ଅଭିନବ ଡିଜାଇନର ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ଏନଆଇଟି, ରାଉରକେଲାରେ ଇଲେଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନରେ ଅଧ୍ୟୟନରତ ତୃତୀୟ ବର୍ଷ ଛାତ୍ର ଗିରିଶ କହିଛନ୍ତି, ଏକାଧିକ କ୍ୟାମେରା ନୁହେଁ, ଏହି ମନୋ କ୍ୟାମେରା ଦ୍ୱାରା ପ୍ରତ୍ୟେକ ବସ୍ତୁର ଗତି, ଅବସ୍ଥିତି, ଡାୟାମିଟର ଓ ଦୂରତା ଅତି ନିର୍ଭୁଲ ଭାବେ ଗଣନା କରିହେବ । ଏହାବ୍ୟତିତ ଅନେକ ସୂଚନା ପ୍ରଦାନ କରିବ ଏହି ମନୋ ଟେକ୍ନୋଲୋଜି ।

ଏହି ଅବସରରେ ଗତ ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ ଓ କଲେଜ ମଧ୍ୟରେ ଅନେକ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।

ଆହୁରି ମଧ୍ୟ ସେପ୍ଟେମ୍ବର ୨୦ ତାରିଖରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଇସ୍ରୋର ବୈଜ୍ଞାନିକ ପ୍ରଫେସର ଆଦିମୂର୍ତ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗିରିଶଙ୍କୁ ସମ୍ମାନିତ କରିଥିଲେ ।

ମୁଁ ନିଜ ପାଠପଢା ସହ ଅନେକ ଗବେଷଣା ମଧ୍ୟ କରୁଛି, ଯେଉଁ ପ୍ରକଳ୍ପ ଗୁଡିକ ଖୁବଶୀଘ୍ର ସାମନାକୁ ଆସିବ ।

ସିଭିଲ୍ ସର୍ଭିସ କରିବା ଗିରିଶଙ୍କର ଲକ୍ଷ୍ୟ ହୋଇଥିବାବେଳେ ବ୍ୟାଙ୍କ ଋଣ ଶୁଝିବା ଲାଗି ପଢା ସରିବା ପରେ ସେ ଚାକିରି କରିବେ । ପରବର୍ତ୍ତୀ ସମୟରେ “ ଉତ୍ପାଦଗୁଡିକର ବ୍ୟବସାୟୀକରଣ କରିବାକୁ ଚେଷ୍ଟା କରିବି” ବୋଲି ଗିରିଶ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଡ. ସାରାଭାଇ ଓ ଡ. ଏପିଜେ ଅବଦୁଲ କାଲାମଙ୍କ ଭଳି ମହାନ ବୈଜ୍ଞାନିକ ଗିରିଶଙ୍କ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି ।

Comments are closed.