ଭୁବନେଶ୍ଵର: ଆପ୍ରିକଟ ବା ଜେଉଠ ଫଳ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ଵାଦିଷ୍ଟ । ଏହି ଫଳ ବିଷୟରେ ବହୋତ କମ୍ ଲୋକ ଜାଣନ୍ତି । କିନ୍ତୁ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଏହି ଫଳ । ଏଥିରେ ଭିଟାମିନ୍ ଏ, ବି, ସି, ଏବଂ ଇ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ପୋଟାସିୟମ୍, ମ୍ୟାଗ୍ନେସିୟମ୍, କପର, ଫସଫରସ୍ ଏବଂ ଫାଇବର୍ ପରି ମିନେରାଲ୍ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଶୀତଦିନେ ପ୍ରତିଦିନ ୫/୬ଟି ଆପ୍ରିକେଟ୍ ବା ଜେଉଠ ଫଳ ଖାଇବା ଉଚିତ୍ । ଏହା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଏବଂ ଥଣ୍ଡା, ଜ୍ଵର, କାଶ ଆଦିରୁ ରକ୍ଷା କରିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା…
ଦୈନନ୍ଦିନ ଆପ୍ରିକଟ ବା ଜେଉଠ ଫଳ ଖାଇବା ଦ୍ଵାରା ଆଖି ଅସୁବିଧାରୁ ଆରମ୍ଭ କରି କର୍କଟ ରୋଗ ପରି ମାରାତ୍ମକ ରୋଗକୁ ଏଡାଇଯାଇପାରିବ । ଜଣେ ବ୍ୟକ୍ତି ଦିନକୁ କେବଳ ୫/୬ଟି ଆପ୍ରିକଟ ଫଳ ଖାଇପାରିବେ । ଏହାକୁ ଖାଲି ପେଟରେ କିମ୍ବା ଜଳଖିଆରେ ଖାଇପାରିବେ । ଦିନକୁ ଦୁଇ ବେଳା ଅର୍ଥାତ୍ ସକାଳେ ଏବଂ ସଂନ୍ଧ୍ୟା ସମୟରେ ଖାଇପାରିବେ ।
ହୃଦରୋଗ ପାଇଁ ଉପକାରୀ:
ଆପ୍ରିକଟରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆପ୍ରିକଟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଯେପରିକି ଭିଟାମିନ୍ ସି, ଭିଟାମିନ୍ ଇ, ବିଟା କାରୋଟିନ୍, ଲାଇକୋପିନ୍ ଇତ୍ୟାଦି ହୃଦରୋଗର ପ୍ରମୁଖ କାରଣ ଫ୍ରି ରେଡିକାଲର ପ୍ରଭାବକୁ ହ୍ରାସ କରିଥାଏ ଯାହା । ଏହା ବ୍ୟତୀତ ଆପ୍ରିକଟରେ ଅଧିକ ପରିମାଣର ଫାଇବର ମଧ୍ୟ ମିଳିଥାଏ । ଫାଇବର LDL ତଥା ଖରାପ କୋଲେଷ୍ଟ୍ରଲ୍ ର ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ ଯାହା ଆଥେରୋସ୍କ୍ଲେରୋସିସ୍ (ଧମନୀଗୁଡ଼ିକର ସଂକୀର୍ଣ୍ଣତା) ର ଏକ ପ୍ରମୁଖ କାରଣ ଅଟେ |
ମଧୁମେହ ପାଇଁ ଲାଭଦାୟକ:
ମଧୁମେହ ପରି ରୋଗ ସହ ଲଢିବାରେ ଆପ୍ରିକଟ ଅତ୍ୟନ୍ତ ପ୍ରଭାବଶାଳୀ । ଏହାର କାରଣ ହେଉଛି ଆପ୍ରିକଟରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ପରିମାଣର ଥାଏ । ତେଣୁ, ଏହା ମଧୁମେହ ରୋଗୀଙ୍କୁ ସେମାନଙ୍କର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।
ହଜମ ପାଇଁ ଲାଭଦାୟକ:
ଆପ୍ରିକଟରେ ପର୍ଯ୍ୟାପ୍ତ ପରିମାଣର ଫାଇବର ମିଳିଥାଏ ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ । ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥାଏ ଯାହା ଭୋକକୁ ହ୍ରାସ କରିଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
କର୍କଟ ରୋଗ ପାଇଁ ଉପକାରୀ:
ଆପ୍ରିକଟରେ ମିଳୁଥିବା ଫାଇଟୋକେମିକାଲ୍ସ କର୍କିନୋଜେନେସିସ୍ ରୋକିବାରେ ସାହାଯ୍ୟ କରିଥାଏ । ଏହା ସହିତ, ଆପ୍ରିକଟରେ ଥିବା ଭିଟାମିନ୍ ଏ, ସି ଏବଂ ଇ ମଧ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଅଟେ ଯାହା ଫ୍ରି ରେଡିକାଲ୍ ସହିତ ଲଢି ଶରୀରର କୋଷକୁ ସୁରକ୍ଷା ଦେଇଥାଏ ।
Comments are closed.