ପୁରୀ: ପୁରୀ ଜିଲ୍ଲା ବାସୁଦେବପୁର ଗ୍ରାମରୁ ରବିବାର ଦିନ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର ସାପ ।
ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର କିଛି ମାଛଧରାଳି ଆଜି ସକାଳେ ମାଛ ଧରୁଥିବା ବେଳେ ଏହି ଅଜଗରଟି ତାଙ୍କ ଜାଲରେ ପଡିଥିଲା । ଉଦ୍ଧାର ଅଜଗରଟିର ଲମ୍ବ ପ୍ରାୟ ୧୦ ଫୁଟ ରହିଛି । ତୁରନ୍ତ ମାଛଧରାଳି ମାନେ ସ୍ନେକ ହେଲ୍ପଲାଇନକୁ ଫୋନ କରିଥିଲେ । ସେମାନେ ଏହି ଅଜଗରଟିକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।
ଭାର୍ଗବୀ ନଦୀରେ ଆସିଥିବା ବନ୍ୟା ଜଳ ଯୋଗୁଁ ଏହା ଭାସି ଆସିଥିବା ସନ୍ଦେହ କରାଯାଉଛି ।
Comments are closed.