ନୂଆଦିଲ୍ଲୀ: ଇସ୍ରୋର ଆଦିତ୍ୟ L-1 ମିଶନକୁ ନେଇ ସାମନାକୁ ଆସିଲା ବଡ଼ ଖବର । ଇସ୍ରୋ ଟୁଇଟ କରି କହିଛି, ଆଦିତ୍ୟ L-1ର ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (SWIS), ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକିଲ ଏକ୍ସପେରିମେଣ୍ଟ (ASPEX) ର ଦ୍ୱିତୀୟ ଉପକରଣ ଚାଲୁ ହୋଇଯାଇଛି । SWIS ଏକ ଲୋ ଏନର୍ଜିସ ସ୍ପେକ୍ଟ୍ରୋମିଟର ଯାହା ମାଧ୍ୟମରେ ସୂର୍ଯ୍ୟରେ ଥିବା ପ୍ରୋଟନ ଓ ଆଲଫା ପାର୍ଟିକିଲକୁ ମପାଯାଇ ପାରିବ ।
ଏଠାରେ କହି ରଖୁଛୁ, ଆଦିତ୍ୟ ସୋଲାର ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟରରେ ଦୁଇଟି ସବ୍ ପେଲୋଡ ରହିଛି । ପ୍ରଥମ ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର ଯାହା କମ୍ ଏନର୍ଜି ଦରକାର କରେ ଏହା ବର୍ତ୍ତମାନ ଚାଲୁ ହୋଇଯାଇଛି । ଏହାଛଡା ଦ୍ୱିତୀୟ ସବ୍ ପେଲୋଡ ସୁପରଥର୍ମ ଆଣ୍ଡ ଏନର୍ଜେଟିକ ପାର୍ଟିକିଲ ସ୍ପେକ୍ଟ୍ରୋମିଟର( STEPS) ମଧ୍ୟ ରହିଛି । ଏହା ସୌରଶକ୍ତି ସଂସ୍ପର୍ଶରେ ଆସୁଥିବା ଅଧିକ ଏନର୍ଜିକୁ ପ୍ରସ୍ତୁତ କରିବ ।
ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିଥିଲା ଆଦିତ୍ୟ-L1। ଏହା ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିଲା ଆଦିତ୍ୟ-L1 । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରୁଛି ଏହି ସାଟେଲାଇଟ୍ । ସୂର୍ଯ୍ୟ ପୃଷ୍ଠରେ ହେଉଥିବା ପରିବର୍ତ୍ତନ ବିଶେଷ କରି ସୌରଝଡ଼ ଓ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରୁଛି ଆଦିତ୍ୟ L-1।
BREAKING NEWS
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
- ପ୍ରୀତିଙ୍କ ସହ ଡେଟିଂ: ୧୬ ବର୍ଷ ପରେ ମୁହଁ ଖୋଲିଲେ ବ୍ରେଟ୍ ଲୀ
- ଲୋଜାନ୍ ଡାଏମଣ୍ଡ ଲିଗ୍: ନୀରଜଙ୍କ ଶ୍ରୀଲଙ୍କାର ରୁମେଶ, ପାକିସ୍ତାନର ଅର୍ଶଦଙ୍କ ସହ ହେବ କଡ଼ା ଟକ୍କର
- ପୁଣି ବିଦେଶରେ ନିଖୋଜ ହେଲେ ପାକିସ୍ତାନୀ ଖେଳାଳି
- ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ଆଘାତ ସମସ୍ୟା ଯୋଗୁଁ ଦଳ ସହ ଶ୍ରୀଲଙ୍କା ଗଲେନି ସାଇ ସୁଦର୍ଶନ
- ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ଆହୁରି ଦକ୍ଷ ହେବ ପୁଲିସ: ୨୦୨୭ ସୁଦ୍ଧା ୪୮୦ ଜଣ ନେବେ ତାଲିମ
Comments are closed.