Latest Odisha News

BREAKING NEWS

ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ, ଦୀର୍ଘ ଦିନ ଧରି ଥିଲା ଅସୁସ୍ଥ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବିରଳ ହଳଦିଆ ଆନାକୋଣ୍ଡା ସାପର ମୃତ୍ୟୁ ହୋଇଛି । ସାପଟିର ବୟସ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । କିଛି ଦିନ ହେବ ଆନାକୋଣ୍ଡା ସାପଟି ଅସୁସ୍ଥଥିବାବେଳେ, ଗତକାଲି ଠାରୁ ସାପଟି ଖାଦ୍ୟ ଖାଉନଥିଲା । ଏହାସହ ବୁଲାବୁଲି କରି ନପାରି ଗୋଟିଏ ସ୍ଥାନରେ ପଡି ରହିଥିଲା । ଏନେଇ ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା କରୁଥିଲେ । ହେଲେ ଆଜି ସକାଳେ ଆନାକୋଣ୍ଡାଟିର ମୃତ୍ୟୁ ଘଟିଛି ।

୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ବର୍ତ୍ତମାନ ଆଉ ୯ଟି ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ସୂଚନା ଅନୁଯାୟୀ, ୨୦୧୯ ମସିହା ଅକ୍ଟୋବର ୧୯ ତାରିଖରେ ଚେନ୍ନାଇ ମାଡ୍ରାସର କୋକୋଡାଇଲ ବ୍ୟାଙ୍କ୍ ଟ୍ରଷ୍ଟ ପକ୍ଷରୁ ୮ ଟି ହଳଦିଆ ରଙ୍ଗର ଆନାକୋଣ୍ଡା ସାପଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ତେବେ ଆନାକୋଣ୍ଡାର ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିନଥିବାବେଳେ, ସାପଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

Comments are closed.