ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । କମ୍ ବୟସର ପିଲା ମାନଙ୍କ ଠାରେ ବି ଏହି ରୋଗ ପରିଲକ୍ଷିତ ହେଉଛି । କିନ୍ତୁ ଆଜି ଆମେ ଏମିତି କିଛି ଜୁସ୍ ବିଷୟରେ କହିବୁ ଯାହାକୁ ପିଇଲେ ଏହା ଚୁଟକିରେ ଗାୟବ ହୋଇଯିବ ।
ପ୍ରତିଦିନ ସକାଳେ ଅଧା କପ୍ ବିଟ୍ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଏହାଦ୍ୱାରା ଉଚ୍ଚରକ୍ତ ଚାପ ଓ ଡାଇବେଟିସ୍ ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ଥିବା ଭିଟାମିନ୍ ସି, ଭିଟାମିନ୍-ବି-୬ କର୍କଟ ରୋଗ ଆଶଙ୍କା କମ୍ କରିଥାଏ। ବିଟ୍ ରସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍, ଫସଫରସ୍ ଆଦି ରହିଥାଏ। ଏହା ସ୍ମୃତିଶକ୍ତି ବଢ଼ାଇବା ସହିତ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ ।
Comments are closed.