Latest Odisha News

ଖ୍ରୀଷ୍ଟମାସରେ ଗାଜା ଶରଣାର୍ଥୀ ଶିବିରରେ ଭୟଙ୍କର ବୋମାମାଡ: ୭୦ ମୃତ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧର ୮୦ ବିତିଗଲାଣି । ଆଜି ଖ୍ରୀଷ୍ଟମାସରେ ଗାଜାରେ ଏୟାର ଷ୍ଟ୍ରାଇକ କରାଯାଇଛି ।  ଏହି ଆକ୍ରମଣରେ ଶିଶୁଙ୍କ ସମେତ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗାଜା ପଟ୍ଟିରେ ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି ।

ରବିବାର ମଧ୍ୟରାତ୍ରର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା । ଏହା ସୋମବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା । ସ୍ଥାନୀୟ ଲୋକ ଏବଂ ମିଡିଆ ତଥ୍ୟରୁ ଜଣାଯାଇଛି, ଇସ୍ରାଏଲ ମଧ୍ୟ ଗାଜାରେ ଜୋରଦାର ଏୟାର ଷ୍ଟ୍ରାଇକ କରିଛି । ଭୂପୃଷ୍ଠରୁ ଆକ୍ରମଣ ମଧ୍ୟ ଜୋରଦାର କରିଛି ।

ରଏଟର୍ସ ସୂଚନା ଅନସାରେ, ହମାସ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଏହି ଶିବିରରେ ୩୦ ହଜାରରୁ ଅଧିକ ଶରଣାର୍ଥୀ ଥିଲେ ।  ଆକ୍ରମଣରେ ଅନେକ ଘର ଭାଙ୍ଗି ରୁଜି ଯାଇଛି  । ଗାଜା ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

ସେପଟେ ଇସ୍ରାଏଲି ସେନା ପକ୍ଷରୁ କୁହାଯାଇଛି, ଏହି ରିପୋର୍ଟକୁ ଆମେ ସମୀକ୍ଷା କରୁଛୁ । ଆମେ ସାଧାରଣ ନାଗିରକଙ୍କ କ୍ଷତି କମ କରିବାକୁ ସବୁବେଳେ ଚେଷ୍ଟା କରୁଛୁ । ହେଲେ ହମାସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।

ଯାହା ବି ହେଉ, ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛି । ହମାସ କହିଛି, ଇସ୍ରାଏଲି ଯୁଦ୍ଧ ବିମାନ ମଧ୍ୟ ଗାଜା ମୁଖ୍ୟ ସଡକ ଉପରେ ରହିଛି ଏବଂ  ବୋମାବର୍ଷା କରୁଛି ।  ରାସ୍ତା ମଝିରେ ବିମାନ ରହିବାରୁ ଜରୁରୀକାଳୀନ ଗାଡି ଏପରିକି ଆମ୍ବୁଲାନ୍ସ ଯିବାଆସିବାରେ ସମସ୍ୟା ହେଉଛି ।

ସ୍ଥାନୀୟ ହସ୍ପିଟାଲ ପକ୍ଷରୁ ମିଳିଥବା ସୂଚନା ଅନୁସାରେ,ଏଠାରେ ଅତି କମରେ ୩୩ ମୃତଦେହ ମିଳିଛି । ତେବେ ଗାଜାର ଅଲ ଅକ୍ସା ଡାକ୍ତରଖାନାରେ ଇନ୍ଧନ ନ ମିଳିବା ଯୋଗୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଛି ।

ଏହି ଘଟଣା ପରେ ପାଲେଷ୍ଟଇନର ୱେଷ୍ଟ ବ୍ୟାଙ୍କ ସହରର ବେଥଲହମରେ ଖ୍ରୀଷ୍ଟମାସ ସମାରୋହ ବାତିଲ କରାଯାଇଛି ।

Comments are closed.