Latest Odisha News

BREAKING NEWS

ଜନସାଧାରଣଙ୍କ କାମରେ ଲାଗୁନି ଗ୍ରାମିଣ ପାର୍କ, ତେବେ କାହା ସ୍ୱାର୍ଥରେ ଏହି ପାର୍କ

ନୂଆପଡା: ଗ୍ରାମାଞ୍ଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ସହ ଗ୍ରାମବାସୀ ଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ପ୍ରତ୍ୟେକ ବ୍ଲକ ତରଫରୁ ମନରେଗା ଯୋଜନା ମାଧ୍ୟମରେ ନିମାର୍ଣ ହେଲା ଗ୍ରାମିଣ ପାର୍କ ।  ବର୍ତ୍ତମାନ ଯାଏ ପ୍ରାୟ ସବୁ ପାର୍କ ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ସାରିଥିବା ବେଳେ କେତେ ଟଙ୍କା ଖର୍ଚ୍ଚ ହେଲେ ତାହା ସମ୍ପୂର୍ଣ୍ଣ ହେବ ଓ ତାର କାର୍ଯ୍ୟକାରୀ କେବେ ହେବ ତାର ସଠିକ ଆକଳନ ନାହିଁ । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ନୂଆପଡା, କୋମନା, ଖଡ଼ିଆଳ ସିନାପାଲି ଓ ବୋଡେ଼ନରେ ଏହି ଯୋଜନା ଚାଲିଥିବା ବେଳେ କେବଳ ସରକାରୀ କର୍ମଚାରୀ ଓ କାର୍ଯ୍ୟ କରୁଥିବା ସ୍ଥାନୀୟ ଜନ  ପ୍ରତିନିଧି ମାଲେମାଳ ହେଉଥିବା ବେଳେ ତାହା କିପରି କାର୍ଯ୍ୟକାରୀ  ହେବ ସେଥିପ୍ରତି ଆନ୍ତରିକତା ନାହିଁ । ପାର୍କ କାର୍ଯ୍ୟକାରିତା କୁ ନେଇ ସ୍ଥାନୀୟ ଜନସାଧରଣ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ନୂଆପଡା ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ହାରାହାରି ୫୦ ରୁ ୬୦ ଗୋଟି ପାର୍କ ହାତକୁ ନିଆଯାଇଛି । ହେଲେ କାର୍ଯ୍ୟ ଆରମ୍ଭର ଦୀର୍ଘ ତିନି ବର୍ଷ ହୋଇଯାଇଥିଲେ ହେଁ ଦୁଇ ରୁ ତିନି ଗୋଟି ପାର୍କ ସମ୍ପୂର୍ଣ୍ଣ  ହୋଇ ପାରିଛି । ପାର୍କ ସମ୍ପୁର୍ଣ୍ଣ ହୋଇଛି ସତ ହେଲେ ତାହା ଲୋକଙ୍କ ବ୍ୟବହାର ରେ ଆସିପାରି ନାହିଁ । ପାର୍କ ମାନଙ୍କର ଦୃଶ୍ୟ ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିଛି । ପାର୍କରେ ଅଛି କେବଳ ପାଚେରୀ, ସବୁକିଛି ଭାଙ୍ଗିରୁଜି ଚୁରମାର ହୋଇଗଲାଣି । କେଉଁଠି ମଦ କୋଠୀ ତ କେଉଁଠି ପଶୁଙ୍କ ଚରାଭୁଇଁ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ପାର୍କ।

ଯଦିଓ ଏହି ସବୁ ପାର୍କମାନଙ୍କର ରକ୍ଷଣବେକ୍ଷଣ ଦାୟିତ୍ବ ପଞ୍ଚାୟତ ମାନଙ୍କୁ  ଦିଆଯାଇଥିବା  ବେଳେ ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଆନ୍ତରିକତା ର ଅଭାବ ଯୋଗୁଁ ଏଥି ପ୍ରତି ଦୃଷ୍ଟିଦେଉ ନଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଯାଇଛି।  ଲକ୍ଷଲକ୍ଷ ଟଙ୍କାର ପାଣିରେ ପଡୁଥିବା ଘଟଣାକୁ ନେଇ ଗ୍ରାମାଞ୍ଚଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୁର୍ନୀତି ଗ୍ରସ୍ତ ଜନପ୍ରତିନିଧି ଓ କର୍ମଚାରୀ ଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ସହ ପାର୍କ ଗୁଡ଼ିକୁ କାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧଜୀବୀଙ୍କ ସହ ବିଜେପି କର୍ମକର୍ତ୍ତା ।

 

Leave A Reply

Your email address will not be published.