Latest Odisha News

BREAKING NEWS

ଆଫଗାନିସ୍ତାନ ସୀମାରେ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଆଫଗାନିସ୍ତାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ତାହା ଏକ ଭାରତୀୟ ବିମାନ ରହିଥିବା ନେଇ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ ଭରିଥିଲା। ମସ୍କୋକୁ ଉଡ଼ାଣ ଭରିଥିବା ଏହି ବିମାନଟି ହଟାତ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ହଟାତ ଉଭାନ ହୋଇଯାଇଥିବା ନେଇ ଋଷ ମିଡ଼ିଆରୁ ତଥ୍ୟ ସାମ୍ନାକୁ ଆସିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାରେ ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ।

ସେପଟେ ଆଫଗାନିସ୍ତାନର ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଅନୁଯାୟୀ ବାଦାଖଶାନ ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଜବିହୁଲ୍ଲା ଆମିରି କହିଛନ୍ତି ଯେ ବାଦାଖଶାନ ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ଜିଲ୍ଲା କୂଳରେ ଥିବା ଏକ ଭାରତୀୟ ଯାତ୍ରୀବାହୀ ବିମାନ ତୋପଖାନା ଅଞ୍ଚଳରେ ଥିବା ଉଚ୍ଚ ପାହାଡିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେପଟେ ଡିଜିସିଏ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ସୂଚନା ଦିଆଯାଇଛି କି ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ନୁହେଁ। କିନ୍ତୁ ତାହା ଭାରତରୁ ଉଡ଼ାଣ ଭରିଥିଲା କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଡିଜିସିଏ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ଏହି ରୁଟରେ ଯାଉଥିବା ସମସ୍ତ ବିମାନ ମଧ୍ୟରୁ କୌଣସିଟି ଭାରତୀୟ ବିମାନ ନଥିଲା। ଭାରତରୁ ଉଡ଼ାଣ ଭରୁଥିବା ସମସ୍ତ ବିମାନ କମ୍ପାନୀ ଗୁଡ଼ିକର ବିମାନ ସୁରକ୍ଷିତ ରହିଛି ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.