ତପସ୍ୱିନୀ ଶତପଥୀ
ଶାଶ୍ୱତ ଅମୃତର ସ୍ପର୍ଶ
ଯୋଡ଼େ ଦୁଇ ଅନ୍ତର
ନା ତାର ପ୍ରେମ
କରଇ ସଭିଙ୍କୁ ହର୍ଷ
ସୁପ୍ତ ଚେତନାକୁ ଜାଗ୍ରତ କରେ
ସ୍ଵୟଂ ସିଦ୍ଧ କରେ ପରିଚୟ ।
ମୃଦୁ ମଳୟର ମଳୟ ପବନେ
ପୁଲକିତ ସ୍ପନ୍ଦନ ପ୍ରେମ
ନିଷ୍ପାପ କରେ ଜୀବନ ବନ୍ଧନ
ଶ୍ରାବଣ ଭିଜା ବରଷା ଟିପାରେ
ତନୁ ମନ ଆନମନା
ଶୂନ୍ୟ ହୃଦୟର ପୂର୍ଣ୍ଣ ସ୍ଥାନ ସିଏ ପ୍ରେମ ।
ଶିହରଣ ଭରେ ମନରେ
ପୂର୍ଣ୍ଣିମା ରାତ୍ରିର ନିର୍ମଳ ଜୋଛନା
ସୂର୍ଯ୍ୟଙ୍କ ତେଜ ପରି ବଳିଆନ ପ୍ରେମ ।
ଦିଏ କେବେ କାହାକୁ ବେଦନା
ଅନନ୍ୟା ରୂପ ତା ଅନନ୍ତ ଆକାରେ
ବର୍ଣ୍ଣନା ନାହିଁ ତାହାର
ତାର ସାନିଧ୍ୟ ହୁଏ କଷ୍ଟ ସାଧ୍ୟ ପ୍ରେମ ।
ହେବାକୁ ପଡେ କଳଙ୍କିତ ରେ
ସ୍ରୁଷ୍ଟିର ନିୟମ ଅତି ଆଶ୍ଚର୍ଯ୍ୟ ମୟ
ଚାପି ପାରେ ନାହିଁ କୋହ
ଲଭିଲେ ପୂର୍ଣ୍ଣତା ହୁଏ ସମ୍ପୂର୍ଣ୍ଣ ପ୍ରେମ ।
ଯାଜପୁର
Comments are closed.