Latest Odisha News

BREAKING NEWS

ଚଳଚଞ୍ଚଳ ହେଲାଣି ଖଣ୍ଡଗିରି: ଆସନ୍ତାକାଲିଠୁ ମେଳା, ୧୭ରୁ ଦୁଲୁକିବ ଯାତ୍ରା ପେଣ୍ଡାଲ

ଭୁବନେଶ୍ଵର: ଚଳଚଞ୍ଚଳ ହେଲାଣି ଖଣ୍ଡଗିରି ପାହାଡ । ଲାଗିଲାଣି ସାଧୁସନ୍ଥ ଓ ନାଗା ବାବାମାନଙ୍କର ଭିଡ । ରାତି ପାହିଲେ ମନ୍ତ୍ର ଧ୍ଵନୀରେ ପ୍ରକମ୍ପିତ ହେବ ପୁରା ଖଣ୍ଡଗିରି ଅଞ୍ଚଳ । ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ମେଳା । ସେଥିପାଇଁ ସଜେଇ ହେଇଛି ଖଣ୍ଡଗିରି ଓ ଉଦୟଗିରି ପାହାଡ । ତପ ସାଧନ ପାଇଁ କାହିଁ କେତେ ଦୁରରୁ ସାଧୁସନ୍ଥ ଓ ନାଗା ବାବାମାନେ ଆସି ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି । ସେପଟେ ଅର୍କ କ୍ଷେତ୍ର କୋଣାର୍କ- ଚନ୍ଦ୍ରଭାଗାରେ ବୁଡ଼ ପକାଇ ଆସନ୍ତାକାଲି ଆହୁରି ଅଧିକ ସଂଖ୍ୟାରେ ସାଧୁସନ୍ଥମାନେ ଆସିବେ ।

ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ପାଇଁ ବିଏମସି କରିଛି ମାଷ୍ଟର୍ ପ୍ଲାନ । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ ଦେଇଛି ବିଏମସି । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି । ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି । ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି । ଆସନ୍ତାକାଲି ସକାଳେ ଖଣ୍ଡଗିରି ପାହାଡରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ରାଧାକୁଣ୍ଡ, ଶ୍ୟାମ କୁଣ୍ଡରୁ କଳସ ଯାତ୍ରାରେ ପାଣି ଆଣି କୁମ୍ଭ ସ୍ଥାପନ କରାଯିବ। ଏହି ଯାତ୍ରା ପୂର୍ଣ୍ଣିମା ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପଟେ ୧୮ତାରିଖରୁ ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଯାତ୍ରାରେ ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି ।

କିମ୍ବଦନ୍ତୀ ଅନୁସାରେ, କଳିଙ୍ଗ ସମ୍ରାଟ ମହାମେଘନାଦ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଏଠାକୁ ସାଧନା ପାଇଁ ଆସୁଥିଲେ। ସେହିପରି ପାରଳାଖେମୁଣ୍ଡି ରାଜାଙ୍କ ପୁତ୍ର ସନ୍ଥ ଅରକ୍ଷିତ ଦାସ ୧୭ବର୍ଷ ଧରି ଲାଞ୍ଛନା, ଯାତନା ଓ ନିର୍ଯାତନା ସହି ଏଠାରେ ସାଧନା କରିଥିଲେ। ଏହି ପରମ୍ପରା ମୁତାବକ ମା’ ବାରଭୁଜାଙ୍କ ସାଧନା ପୀଠରେ ସନ୍ଥମାନେ ନିଜ ନିଜ ଉପାୟରେ ଈଶ୍ୱରପ୍ରାପ୍ତି ପାଇଁ ସାଧନା କରିବେ। ପ୍ରତିଦିନ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ।

 

 

 

 

Comments are closed.