ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୨୨ ରନର ଅଗ୍ରଣୀ ହାସଲ କରି ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୧୯୬ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲ ୧୦୪ ରନ କରି ରିଟାୟରହର୍ଟ ହୋଇଛନ୍ତି । ଏହା ତାଙ୍କ କ୍ୟାରିୟରର ତୃତୀୟ ଶତକ । ରୋହିତ ଶର୍ମା ୧୯ ଓ ରଜତ ପାଟୀଦାର ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ଶୁଭମନ ଗିଲ ୬୫ ଓ କୂଲଦୀପ ଯାଦବ ୩ ରନ କରି ଅପରାଜିତ ଅଛନ୍ତି । ଜେମ୍ସ ଆଣ୍ଡରସନ ଓ ଟମ ହାର୍ଟଲେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ପୂର୍ବରୁ ଭାରତର ପ୍ରଥମ ଇନିଂସ ୪୪୫ ରନ ଜବାବରେ ଇଂଲଣ୍ଡ ୩୧୯ ରନ କରିଥିଲା । ୨୨୪ ରନରେ ୩ଟି ୱିକେଟ ହରାଇଥିବା ଇଂଲଣ୍ଡ ଶେଷ ୭ଟି ୱିକେଟ ମାତ୍ର ୯୫ ରନରେ ହରାଇଥିଲା । ବେନ ଡକେଟଙ୍କ ୧୫୩ ରନ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ । ମହମ୍ମଦ ସିରାଜ ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି ।
Comments are closed.