ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାଓବାଦୀ ଲିଙ୍କ ମାମଲାରେ ଆଜୀବନ କାରାଦଣ୍ଡକୁ ବମ୍ୱେ ହାଇକୋର୍ଟ ଆଜି ରଦ୍ଦ କରିଛନ୍ତି । ପ୍ରଫେସର ସାଇବାବା ବର୍ତ୍ତମାନ ନାଗପୁର କେନ୍ଦ୍ରୀୟ ଜେଲରେ ଅଛନ୍ତି ।
ସୂଚନାଯୋଗ୍ୟ,୨୦୨୨ ମସିହା ୧୪ ଅକ୍ଟୋବରରେ ଦିବ୍ୟାଙ୍ଗ ପ୍ରଫେସର ସାଇବାବାଙ୍କୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ହେଲେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି ନୂତନ ଶୁଣାଣି ପାଇଁ ବମ୍ୱେ ହାଇକୋର୍ଟକୁ ପଠାଇଥିଲା ।
୨୦୧୪, ମେ ୯ ତାରିଖରେ ମାଓବାଦୀ ଲିଙ୍କ ମାମଲାରେ ସାଇବାବାଙ୍କୁ ଗିରଫ କରାଯାଇ କୋର୍ଟରେ ଉପସ୍ଥାପନା କରାଯାଇଥିଲା। ଏହାପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ୨୦୧୭ ମାର୍ଚ୍ଚରେ ମହାରାଷ୍ଟ୍ରର ଗାଡଚିରୋଲିର ସ୍ୱତନ୍ତ୍ର କୋର୍ଟରେ ସାଇବାବା ଓ ଅନ୍ୟ ପାଞ୍ଚ ଜଣଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ । ସାଇବାବା ଏବଂ ଅନ୍ୟ ଜାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଆଉ ଜଣେ ଦୋଷୀଙ୍କୁ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାପରେ ସାଇବାବା ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରି ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Comments are closed.