ନୂଆଦିଲ୍ଲୀ: ଇତିହାସ ରଚିଲା ଫ୍ରାନ୍ସ । ଫ୍ରାନ୍ସରେ ମହିଳାମାନଙ୍କୁ ମିଳିଲା ଗର୍ଭପାତ ଅଧିକାର । ଏହି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ଦୁନିଆର ପ୍ରଥମ ଦେଶ ଅଟେ । ୧୯୫୮ ସମ୍ବିଧାନିକ ନିୟମରେ ପରିବର୍ତ୍ତନ କରିଛନ୍ତି ଫ୍ରାନ୍ସର ସଂସଦ। ୨୦୦୮ ମସିହା ପରଠାରୁ ମର୍ଡ ଫ୍ରାନ୍ସ ଡକ୍ୟୁମେଣ୍ଟରେ ଏହା ୨୫ତମ ସଂଶୋଧନ । ମହିଳାଙ୍କୁ ଗର୍ଭପାତ ନେଇ ଅଧିକାର ମିଳିବା ପରେ ସ୍ଥାନୀୟ ମହିଳାମାନେ ଏଫିଲ ଟାୱାରରେ ଏକତ୍ରିତ ହୋଇ ‘ମୋ ଶରୀର ମୋ ଅଧିକାର’ ସ୍ଲୋଗାନ ଦେଇ ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଥିଲେ ।
ଗର୍ଭପାତ ଏକ ବେଆଇନ କାର୍ଯ୍ୟ ବୋଲି ଆଇନରେ ରହିଆସିଛି । ଯେଉଁମାନେ ଏପରି କାର୍ଯ୍ୟ କରନ୍ତି ପୋଲିସ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ହେଲେ ବର୍ତ୍ତମାନ ଏହାକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ମିଳିଛି । ଗତକାଲି ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଏକ ଐତିହାସିକ ନିଷ୍ପତି ନିଆଯାଇଛି । ୧୯୫୮ର ସାମ୍ବିଧାନିକ ନିୟମକୁ ପରିବର୍ତ୍ତନ କରି ବର୍ତ୍ତମାନ ସରକାର ମହିଳାଙ୍କୁ ଗର୍ଭପାତ ଅଧିକାର ଦେଇଛନ୍ତି ।
ଏହି ବିଲ ଉପରେ ସପକ୍ଷରେ ୭୮୦ ଖଣ୍ଡ ଭୋଟ ମିଳିଥିବା ବେଳେ, ଏହା ବିରୋଧରେ ମାତ୍ର ୭୨ ଖଣ୍ଡ ଭୋଟ ମିଳିଥିଲା । ଫ୍ରାନ୍ସ ସଂସଦର ଉଭୟ ଗୃହ, ନ୍ୟାସନାଲ ଆସେମ୍ବଲୀ ଏବଂ ସିନେଟ ମହିଳାମାନଙ୍କୁ ଗର୍ଭପାତ କରିବାର ଅଧିକାର ଗ୍ୟାରେଣ୍ଟି ଦେବା ଲାଗି ଫ୍ରାନ୍ସ ସମ୍ବିଧାନର ଧାରା ୩୪ରେ ସଂଶୋଧନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଦେବାରେ ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅନେକ ଲୋକ ଖୁସି ବ୍ୟକ୍ତ କରିବା ସହ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
Comments are closed.