Latest Odisha News

BREAKING NEWS

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକା, ଓଡ଼ିଶା ଉପରେ ନଜର

ନୂଆଦିଲ୍ଲୀ:ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ସାମିଲ ହେବା ନେଇ ସୂଚନା ରହିଛି । ଏହି ବୈଠକରେ ପ୍ରାର୍ଥୀଙ୍କ ନାଁ ନେଇ ଆଲୋଚନା କରାଯିବ । ଏହା ପରେ ବିଜେପି ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ଓଡ଼ିଶାର ବି ନଜର ରହିବ । କାରଣ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ଆସନ ସ୍ଥାନ ପାଇନଥିଲା । ତେଣୁ ଦ୍ବିତୀୟ ପର୍ଯ୍ୟାୟ ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଦ୍ବିତୀୟ ତାଲିକାରେ କେଉଁ କେଉଁ ରାଜ୍ୟର ଆସନ ରହୁଛି, ଓଡ଼ିଶା ଏଥିରେ ସାମିଲ ହେଉଛି କି ନାହିଁ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ମାର୍ଚ୍ଚ ୨ ତାରିଖରେ ବିଜେପି ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରଥମ ତାଲିକାରେ ୧୯୫ ପ୍ରାର୍ଥୀଙ୍କ ନାମ ରହିଥିବା ବେଳେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନମଣ୍ଡଳୀ ପାଇଁ ତାଲିକା ଥିଲା । ପ୍ରଥମ ପର୍ଯ୍ୟାୟ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା । ସେହିପରି ଗାନ୍ଧୀ ନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହା । ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସ୍ଥାନ ପାଇଥିଲା। ଲୋକସଭାର ବାଚସ୍ପତି ନାଁ ମଧ୍ୟ ପ୍ରଥମ ତାଲିକାରେ ସ୍ଥାନ ପାଇଥିଲା। ସେହିପରି ବିଜେପି ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୮ ଜଣ ମହିଳାଙ୍କୁ ସ୍ଥାନ ମିଳିଥିଲା ।

Comments are closed.