Latest Odisha News

BREAKING NEWS

ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଆଖିବୁଜା ପଥର ମାଡ

କୋଲକତା: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍‌‌ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରକୁ ଢେଲା ଓ ପଥର ମାଡ ହୋଇଛି । ଜିଲ୍ଲାର ଭୂପତିନଗରରେ କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି ।

ଖବର ମୁତାବକ, ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଏନଆଇଏ ଟିମ୍ ଯାଇଥିଲା । ଏହି ସମୟରେ ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ ହୋଇଛି । ଏଥିରେ ଟିମ୍‌ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ୨୦୨୨ ମସିହା ଡିସେମ୍ବର ୩ ତାରିଖରେ ଭୂପତିନଗରରେ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ଘର ଧ୍ୱସଂ ହୋଇ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନଆଇଏ ଏହି ମାମଲାର ତଦନ୍ତ କରୁଥିବା ବେଳେ ପଚାରାଉଚରା ପାଇଁ ଗତ ମାସ ୮ ଟିଏମ୍‌ସି ନେତାଙ୍କୁ ପଚରାଉଚରା ପାଇଁ ସମନ ପଠାଇ ଚାଲିଥିଲା ।

ହେଲେ ବାରମ୍ବାର ସମନ ଜାରି ସତ୍ତ୍ୱେ ସେ ହାଜର ହେଉ ନ ଥିଲେ । ଏହି ମାମଲାରେ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାନବେନ୍ଦ୍ରଙ୍କୁ ଗିରଫ କରିବା କୁ ଆଜି ଭୋରରୁ ଏନଆଇଏ ଟିମ୍‌ ଭୂପତିନଗରରେ ପହଞ୍ଚିଥିବା ବେଳେ ଆକ୍ରମଣର ଶିକାର ହୋଇଛି ।

ଏହାପୂର୍ବରୁ ସନ୍ଦେଶଖାଲିରେ ମଧ୍ୟ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା ।

Comments are closed.