Latest Odisha News

ହିନ୍ଦୁ ବିବାହ ରୀତି ନୀତିରେ କନ୍ୟାଦାନ ଜରୁରୀ ନୁହେଁ : ହାଇକୋର୍ଟ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ବିବାହ ରୀତି ନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହିନ୍ଦୁ ବିବାହରେ କନ୍ୟାଦାନ ଜରୁରୀ ନୁହେଁ କେବଳ ସପ୍ତପଦୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଆସନ୍ତୁ ଜାଣିବା କେଉଁ କେସ ଉପରେ ହାଇକୋର୍ଟ ଏହିତ ଶୁଣାଣୀ କରିଛନ୍ତି । ଆଶୁତୋଷ ଯାଦବ ନାମକ ଜଣେ ବ୍ୟକ୍ତି ଶ୍ୱଶୂର ଘର ପକ୍ଷରୁ ରୁଜୁ କରାଯାଇଥିବା ଏକ ଅପରାଧୀକ ମାମଲାର ଶୁଣାଣୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଟ୍ରାଏଲ କୋର୍ଟ ସମ୍ମୁଖରେ କନ୍ୟାଦାନ କରାଯାଇନଥିବାରୁ ଏହି ବିବାହ ଗ୍ରହଣୀୟ ନୁହେଁ ବୋଲି ତର୍କ ରଖା ଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ହାଇକୋର୍ଟ ଏବେ ଉପରୋକ୍ତ ରାୟ ଦେଇଛନ୍ତି ।

ହିନ୍ଦୁ ବିବାହରେ ସପ୍ତପଦୀ ବିବାହକୁ ସମ୍ପନ୍ନ କରିଥାଏ । କନ୍ୟାଦାନ ଜରୁରୀ ନୁହେଁ । ବୈବାହିକ ବିବାଦ ସମ୍ବନ୍ଧରେ ଚାଲିଥିବା ଅପରାଧୀକ ମାମଲାରେ ୨ ସାକ୍ଷ୍ୟଙ୍କୁ ପୁନଃ ସମନ ପଠାଇବା ପାଇଁ ଅନୁରୋଧ କରାଯାଇଥିଲା । ଆବେଦନକାରୀଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲା । ଯାହା ପରେ ସେ ହାଇକୋର୍ଟ ଯାଇଥିଲେ । ସେଠାରେ ଏହି ଶୁଣାଣୀ ହୋଇଥିଲା ।

Comments are closed.