Latest Odisha News

BREAKING NEWS

ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ ସରବଜିତ ସିଂ

ଚଣ୍ଡିଗଡ: ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ । ୪୫ ବର୍ଷୀୟ ସରବଜିତ ସିଂ ପଞ୍ଜାବର ଫରିଦକୋଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ । ଏନେଇ ସେ ଗୁରୁବାର ସୂଚନା ଦେଇଛନ୍ତି ।

ପୂର୍ବରୁ ସେ ୨୦୦୪ରେ ଭଟିଣ୍ଡା ଲୋକ ସଭା ଆସନରୁ ଓ ୨୦୧୪ରେ ଫତେଗଡ଼ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ ।

ସୂଚନାଯୋଗ୍ୟ, ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ବାସଭବନରେ ଦୁଇ ଅଙ୍ଗରକ୍ଷୀ ବିଅନ୍ତ ସିଂ ଏବଂ ସତୱନ୍ତ ସିଂ ଗୁଳି କରି ହତ୍ୟା କରିଥିଲେ । ସରବଜତି ସିଂ ହେଉଛନ୍ତି ବିଅନ୍ତ ସିଂର ପୁଅ ।

Comments are closed.