Latest Odisha News

BREAKING NEWS

ବିଜେପୁରରେ ଦିନ ୩ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ଦିନ ୩ଟା ସୁଦ୍ଧା ୫୬.୫% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି ।

ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ବୁଥ ନିକଟରେ ଭୋଟ୍ ଦେବା ପାଇଁ ମତଦାତା ମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।

ଏପରିକି ଉପ-ନିର୍ବାଚନରେ ପରସ୍ପରକୁ ଟକ୍କର ଦେଉଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନେ ମଧ୍ୟ ନିଜନିଜ ବୁଥରେ ଭୋଟ୍ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ଭୋଟ୍ ଗ୍ରହଣ ପ୍ରାୟ ୨୮୫ ମତଦାନ କେନ୍ଦ୍ରରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଚାଲିବ ।

ବିଜେପୁର ଉପ ନିର୍ବାଚନ ଲାଗି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ପାଖାପାଖି ୨ ଲକ୍ଷ ୩୨ ହଜାରରୁ ଉଦ୍ଧ୍ୱ ଭୋଟର୍ ।

Leave A Reply

Your email address will not be published.