Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କ ନିଆରା ପ୍ରଚାର, ଲୋକଙ୍କ ସହ ଚା’ ପିଇ ବୁଝିଲେ ସମସ୍ୟା

ସମ୍ବଲପୁର:ସମ୍ବଲପୁରରେ ତେଜିଲାଣି ପ୍ରଚାର ରାଜନୀତି । ଲୋକସଭା ଲଢେଇ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଭି .ଏସ .ଏସ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଯୁବ ବର୍ଗଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ବୀର ମାଟି । ଏଠାକାର ଯୁବକ ଯୁବତୀ ମାନେ କିଭଳି ଦେଶ ସେବାରେ ନିଜକୁ ନିୟୋଜିତ କରିବେ, ସେନେଇ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆଗକୁ ସମ୍ବଲପୁର ପ୍ରାକୃତିକ କ୍ରୀଡାର ହବ୍ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ପରେ ସେ ସ୍କୁଟିରେ ସହର ବୁଲିଥିଲେ । ସାଧାରଣ ଲୋକଙ୍କ ସହ ଚା’ ପିଇବା ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ବଜାରରୁ ନିଜେ ଜିନିଷ କିଣି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର ଲୋକସଭାରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ସିଧା ଫାଇଟ୍ ହେଉଛି । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି ।

Comments are closed.