ଭୁବନେଶ୍ବର: ଖାଲି ପେଟରେ କଫି ପିଉଛନ୍ତି କି ତାହାଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ଏହି ଭୟଙ୍କର ରୋଗର ଶିକାର ହେବେ। ପ୍ରାୟ ସମସ୍ତେ ସକାଳ ହେଉ ବା ସନ୍ଧ୍ୟା ରେ କଫି ପିଇଥାଆନ୍ତି ।କିନ୍ତୁ ଖାଲି ପେଟରେ କଫି ପିଇଲେ ଆମ କୁ ଅନେକ ରୋଗ ହେବାର ସମ୍ଭାବନା ଥାଏ । ଖାଲି ପେଟରେ କଫି ପିଇବା ଦ୍ବାରା ଶରୀରରେ ଏସିଡିଟି ଭଳି ସମସ୍ୟା ଦେଖା ଦେଇଥାଏ ।
ଏବଂ ଶରୀରରେ ଥିବା କୋର୍ଟିସୋଲ ହରମୋନ୍ ଲେବୁଲ୍ ବଢିଯାଇଥାଏ ଯାହା ଓଜନ, ହରମୋନ୍, ଓଭ୍ୟୁଲୋସନ ଉପରେ ଖରାପ ପ୍ରଭାବ ପକାଇଥାଏ । ସକାଳୁ ଷ୍ଟ୍ରେସ୍ ହରମୋନ୍ ଲେବୁଲ୍ ଅଧିକ ରହିଥାଏ । କଫି ସେବନ ଦ୍ବାରା କୋର୍ଟିସୋଲ ହରମୋନ୍ କମିବା ଦ୍ବାରା ବଢିଯାଏ । ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ କଫି ପିଉଛନ୍ତି । ତେବେ ଆପଣଙ୍କୁ ଭୋକ ଲାଗିବା ମଧ୍ୟ କମ୍ ହୋଇଯାଏ । ବିଶେଷଜ୍ଞମାନଙ୍କ ଅନୁଯାୟୀ ଖାଲି ପେଟରେ କଫି ପିଇଲେ ହାଡ କମଜୋର ହେବା ସହିତ ଦାନ୍ତ ମଧ୍ୟ ନଷ୍ଟ ହୋଇଥାଏ । ତେଣୁ ସକାଳୁ ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ।
Comments are closed.