ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମ ରେ ଡେବ୍ୟୁ କରିଛନ୍ତି ବଲିଉଡର ଛୋଟେ ନବାବ ଇବ୍ରାହିମ ଅଲ୍ଲୀ ଖାନ୍ । ସୋସିଆଲ ମିଡିଆରେ ପାଦ ରଖୁ ରଖୁ ତାଙ୍କ ଫଲୋଅରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇଷ୍ଟାଗ୍ରାମରେ ସେ ନିଜର ଚାରୋଟି ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବହୁତ ଆକର୍ଷକ ଦେଖାଯାଉଛନ୍ତି । କେବଳ ଦୁଇ ଘଣ୍ଟା ଭିତରେ ତାଙ୍କର ଏହି ଫୋଟୋ କୁ ୫୭ ହଜାର ୭୭୦ରୁ ଅଧିକ ଲାଇକ ଓ କମେଣ୍ଟ ମିଳିସାରିଛି ।
ଅନ୍ୟପଟେ ଯଦି ଇବ୍ରାହିମ୍ ଙ୍କ ଫଲୋଅରଙ୍କ କଥା କହିବା ତେବେ ଏହା ୫୬ ଲକ୍ଷ ୬୪ ହଜାର ପାର କରିସାରିଛି । କିନ୍ତୁ ଇବ୍ରାହିମ କେବଳ ୪୧ ଜଣଙ୍କୁ ଫଲୋ କରିଛନ୍ତି । ଯେଉଁଥିରେ ସେ ସାରା ଅଲ୍ଲୀ ଖାନ, କରୀନା କପୁର ଖାନ୍, ସୋହା ଅଲି ଖାନ, ଆଲିଆ ଭଟ୍ଟ, ଅମୃତା ସିଂ, ପ୍ରିୟଙ୍କା ଚୋପ୍ରା, ଖୁସି କପୁର, ରଣଭୀର ସିଂ, ଅନନ୍ୟା ପାଣ୍ଡେ, କରଣ ଜୋହର, ଆର୍ଯ୍ୟନ ଖାନ, କୁନାଲ ଖେମୁ, ଅଲି ହାଜି, ଶନାୟା କପୁର, ଅଲିଜେହେ ଅଗ୍ନିହୋତ୍ରୀ, ସୁହାନା ଖାନ, ଶିଖର ପାହଡି ଏବଂ ପଲକ ତିୱାରୀ ଅଛନ୍ତି । ବର୍ତ୍ତମାନ, ଇବ୍ରାହିମ ଅଲି ଖାନଙ୍କ ଇନଷ୍ଟା ଡେବ୍ୟୁ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯଦି ଦେଖାଯାଏ ତ ଏହା ଇବ୍ରାହିମ ଅଲ୍ଲୀ ଖାନଙ୍କର ନୂଆ ଆକାଉଣ୍ଟ ନୁହେଁ । ବରଂ ଏହା ତାଙ୍କର ଏକ ପୁରୁଣା ଆକାଉଣ୍ଟ । ସେ ଏହାକୁ ଏବେ ସାର୍ବଜନୀନ କରିଛନ୍ତି । ଇବ୍ରାହିମଙ୍କ ଆକାଉଣ୍ଟ ବର୍ତ୍ତମାନ ସାର୍ବଜନୀନ ହୋଇଛି । ତାଙ୍କର ପ୍ରଥମ ପୋଷ୍ଟରେ ସେ ତାଙ୍କର ଫଟୋକୁ ବିଭିନ୍ନ ପୋଜରେ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ବ୍ରାଣ୍ଡର ପ୍ରମୋଶନ କରୁଥିବା ଦେଖାଯାଉଛି ।
View this post on Instagram
ଗୋଟିଏ ଫଟୋରେ ସେ ରାଜକୀୟ ଶୈଳୀରେ ବସିଥିବା ବେଳେ ଅନ୍ୟ ଫଟୋରେ ସେ ସାଇକେଲ ଯୋଗେ ପୋଜ୍ କରୁଥିବା ନଜର ଆସିଛନ୍ତି । ଫଟୋ ସହିତ କ୍ୟାପସନରେ ଲେଖିଛନ୍ତିଯେ,- ବିରାସତ? ମେ ଅପନି ଖୁଗକି ବନାଉଙ୍ଗା । ମେରି ପହଲି ଛଲାଙ୍ଗ । @Pumaindia କେ ସାଥ୍ ମେରି ପହଲି ଛଲାଙ୍ଗ ।
Comments are closed.