Latest Odisha News

BREAKING NEWS

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର

ଭୁବନେଶ୍ଵର: ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫ । ରବି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ରାଜ୍ୟସଭା ସାଂସଦ ରହିଥିଲେ ।

ସୂଚନା ଅନୁସାରେ, ରବି ନାରାୟଣ ଟିକେଟ୍‌ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ଟିକେଟ୍‌ ଦେଇ ନ ଥିବାରୁ ଏଥିରେ ସେ ବିମୁଖ ହୋଇ ଦଳ ଛାଡ଼ିଥିବା କୁହାଯାଉଛି । ତେବେ ବର୍ତ୍ତମାନ ଦଳରେ କ୍ରମାଗତ ଅଣଦେଖ ହେବାରୁ ବିଜେଡି ଛାଡିଥିବା ସୂଚନା ଦେଇଛନ୍ତି ରବି ନାରାୟଣ ମହାପାତ୍ର ।

୪ ଜୁଲାଇ ୧୯୫୭ରେ ନୟାଗଡ଼ରେ ଜନ୍ମିତ ରବିନାରାୟଣ ଜଣେ ଟାଣୁଆ ରାଜନେତା । ସେ ବିଜୁ ଜନତା ଦଳରୁ ହିଁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରେ ସେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳରୁ ବିଜୟ ଲାଭ କରି ବିଧାୟକ ହୋଇଥିଲେ । ସେ ୨୦୧୯ ପର୍ୟ୍ୟନ୍ତ ରଣପୁର ବିଧାୟକ ଥିଲେ।

Comments are closed.