Latest Odisha News

୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ

ଅହମଦାବାଦ: ବୋର୍ଡ ପରୀକ୍ଷାରେ ଟପର୍ ହୋଇଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବୁଧବାର ବ୍ରେନ୍ ହେମରେଜ୍ ଯୋଗୁଁ ମୃତ୍ୟୁ ଘଟିଛି।

ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ (ଜିଏସ୍ଇବି)ର ଫଳାଫଳ ମେ’ ୧୧ ତାରିଖରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ହୀର ଘେଟିଆ ୯୯.୭୦ ପ୍ରତିଶତ ନମ୍ବର ରଖିଥିଲେ।

ମାସେ ତଳେ ରାଜକୋଟର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବ୍ରେନ୍ ହେମରେଜ୍ ହୋଇଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଡିସଚାର୍ଜ କରାଯାଇ ଘରକୁ ନିଆଯାଇଥିଲା। କିନ୍ତୁ ସପ୍ତାହେ ତଳେ ତାଙ୍କର ପୁଣି ଥରେ ଶ୍ୱାସକ୍ରିୟା ଓ ହୃଦଜନିତ ସମସ୍ୟା ଆରମ୍ଭ ହୋଇଥିଲା।

ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏମଆରଆଇ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କ ବ୍ରେନର ପ୍ରାୟ ୮୦ରୁ ୯୦ ପ୍ରତିଶତ କାମ କରିବା ବନ୍ଦ କରିଦେଇଛି । ବୁଧବାର ହୀରଙ୍କ ହୃଦୟ କାମ କରିବା ବନ୍ଦ କରିଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା, ଯାହା ପରେ ତାଙ୍କ ପିତାମାତା ତାଙ୍କୁ ଆଖି ଏବଂ ତାଙ୍କ ଶରୀର ଦାନ କରିଛନ୍ତି।

ହୀର ଜଣେ ଡାକ୍ତର ହେବାକୁ ଚାହୁଁଥିଲେ। ଆମେ ତାଙ୍କ ଶରୀର ଦାନ କଲୁ, ଯାହାଫଳରେ ସେ ଡାକ୍ତର ହୋଇପାରିବେ ନାହିଁ, ତଥାପି ସେ ଅନ୍ୟର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିପାରିବେ ବୋଲି ତାଙ୍କ ବାପା କହିଛନ୍ତି।

Comments are closed.