Latest Odisha News

ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ, ବି, ସି, ଓ ଇ ସହ ପୋଟାସିଆମ, ମାଗ୍ନେସିଅମ ଓ ଫାଇଭର ଅଛି। କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍‌ କରି ପିଇବାକୁ ଭଲପାଆନ୍ତି। ଆମ୍ବ ଜେଲି, ଆମ୍ବସଢ଼ା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି ଆମ୍ବକୁ ନେଇ। ତେବେ ଏହି ଆମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ହୋଇଥାଏ ।

ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। କମ୍‌ ବ୍ୟବଧାନରେ ଭୋକ ଲାଗିଥାଏ। ଭୋକ ଠିକ୍‌ ସମୟରେ ଲାଗୁଥିବା ଲୋକ ସାଧାରଣତଃ ନିରୋଗୀ। ଆମ୍ବ ଆଖି ପାଇଁ ଖୁବ୍ ଭଲ୍‌ ହୋଇଥାଏ। କେବଳ ସେତିକି ନୁହେଁ, ଆମ୍ବ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌ ସ୍ତର କମ୍‌ ହେବା ସହ ତ୍ବଚା ଚିକ୍କଣ ରହିଥାଏ। ଅଧିକାଂଶ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ। ମାତ୍ର ତାହା ଭୁଲ୍‌ ଧାରଣା। ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ। ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ। ଆପଣ ଯଦି ଉତ୍ତମ କେଶ ଓ ତ୍ବଚା ଚାହାନ୍ତି ତେବେ ପ୍ରଚୁର ଆମ୍ବ ଖାଆନ୍ତୁ।

Comments are closed.