ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ।ଶନିବାର ସନ୍ଧ୍ୟାରେ ଅନନ୍ତନାଗ ଓ ସୋପିଆନରେ ଦୁଇ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି ।ଏଥିରେ ଜୟପୁରର ଦମ୍ପତି ଆହତ ହୋଇଥିବାବେଳେ ପୂର୍ବତନ ବିଜେପି ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ରାତି ପ୍ରାୟ ୧୦ଟା ୩୦ସମୟରେ ସୋପିଆନା ହିରାପୋରା ଅଞ୍ଚଳରେ ଆଇଜାଜ ଶେଖ ନାମକ ଜଣେ ପୂର୍ବତନ ବିଜେପି ସରପଞ୍ଚଙ୍କ ଉପରକୁ ଗୁଳି ଚଳାଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୁଚନା ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି।
Comments are closed.