Latest Odisha News

୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପାଭିଲିଅନରେ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

ଭୁବନେଶ୍ୱର : ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍ରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି ।

ଅଭିସ୍ମିତା ବ୍ୟନରରେ ନିର୍ମିତ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ଏବଂ ପୋଷ୍ଟର ସଫଳତାର ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଇଣ୍ଡିଆ ପାଭିଲିୟନରେ ଜଣେ କ୍ରୁ ସଦସ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ସାରା ବିଶ୍ୱରୁ ନିର୍ମାତା, ବିତରକ, ଅଭିନେତା ଯୋଗ ଦେଇଥିଲେ । ସମସ୍ତେ ପଦ୍ମଶ୍ରୀ ନନ୍ଦ ମାଷ୍ଟରଙ୍କ ସରଳତା ଏବଂ ସଫଳତା ଦ୍ୱାରା ବିସ୍ମିତ ହୋଇଥିଲେ । ଶୋ’ରେ ଉପସ୍ଥିତ ସମସ୍ତେ ଅଭୟ ଓ ପ୍ରଣବଙ୍କ ଦ୍ଵାରା ଚୟନ କରାଯାଇଥିବା ଏପରି କାହାଣୀ ଓ ଟ୍ରେଲରକୁ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରଟି ବିଭିନ୍ନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭ୍ରମଣ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ଆଶା ରଖାଯାଇଛି ।

ପ୍ରକାଶ ଯୋଗ୍ୟ ଯେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ଗୋଟେ ଓଡ଼ିଆ ଚଳଚ୍ଚିତ୍ର କାନ୍ ଫିଲ୍ମ୍ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବା ଦୁର୍ଦ୍ଦିନ ଦେଇ ଗତି କରୁଥିବା ଓଡ଼ିଆ ସିନେ ଜଗତ ପାଇଁ ନିଶ୍ଚିତ ରୂପେ ଆଶାର କିରଣ ସଦୃଶ ।

Comments are closed.