Latest Odisha News

ରେଜଲ୍ଟ ପୂର୍ବରୁ ବଜାରରେ ବିଜେପି ମିଠା, ମୋଦୀଙ୍କ ମାସ୍କ ପିନ୍ଧି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ବାହାରିବ ନିର୍ବାଚନ ଫଳ । ସେଥିପାଇଁ ରାଜନୈତୀକ ଦଳର ପ୍ରାର୍ଥୀ ମାନଙ୍କ ନିଦ ହଜିଗଲାଣି । ସେପଟେ କିନ୍ତୁ ଏଗଜିଟ ପୋଲ ଅନୁସାରେ ମୋଦୀଙ୍କ ‘ଅବ୍ କି ବାର୍ ୪୦୦ ପାର୍’ର ନାରା ସତ ହେବାକୁ ବସିଲାଣି । ସେଥିପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଖେଳିଯାଇଛି । ଆଜିଠୁ ଆରମ୍ଭ ହେଲାଣି ସେଲିବ୍ରେସନ । ମୋଦୀଙ୍କ ପ୍ରଶଂସକ ମାନେ ବିଭିନ୍ନ କୌଶଳ ଆପଣାଇ ସେଲିବ୍ରେସନ କରିବା ଆରମ୍ଭ କରିଛନ୍ତି । ଏହାରିଭିତରେ କିନ୍ତୁ ସାମ୍ନାକୁ ଆସିଛି ବିଜେପି ମିଠା । ସେଲିବ୍ରେସନ ଆଳରେ ମିଠା ବ୍ୟବସାୟୀ ମାନେ ମୋଦୀଙ୍କ ମୁଖା ପିନ୍ଧି ପଦ୍ମ ଚିହ୍ନ ପରି ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ କରୁଛନ୍ତି ।

ଲୋକସଭା ନିର୍ବାଚନର ସମସ୍ତ ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ନେଇ ଆଶା କରାଯାଉଛି । ସେଥିପାଇଁ ବିହାରର ରାଜଧାନୀ ପାଟଣାରେ ବିଜେପି କର୍ମୀମାନେ ମୋଦୀଙ୍କ ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି । ଏସମସ୍ତ ଲଡୁ ରେଜଲ୍ଟ ବାହାରିବା ପରେ କର୍ମୀମାନଙ୍କୁ ବଣ୍ଟାଯିବ । ସେହିପରି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତକାଲି ସେଲିବ୍ରେସନ ପାଇଁ ମନ୍ଦିର ଏବଂ ମସଜିଦ ଗୁଡିକୁ ସଜାଇବା ସହ ମୁମ୍ବାଇର ଗଣେଶ ଭଣ୍ଡାରରେ କାରିଗରମାନେ ପଦ୍ମ ଚିହ୍ନର ମିଠା ପ୍ରସ୍ତୁ କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ କୋଲକାତାରେ ମଧ୍ୟ ଇଣ୍ଡିଆ ମେଣ୍ଟର କଂଗ୍ରେସ, ଟିଏମସି ଏବଂ ଅନ୍ୟ ଦଳର ନିର୍ବାଚନୀ ଚିହ୍ନ ଥିବା ମିଠା (ସନ୍ଦେଶ ଏବଂ ଛେନାରେ ପ୍ରସ୍ତୁତ ମିଠା) ପ୍ରସ୍ତୁତ କରିଛନ୍ତି । କିଛି ଦୋକାନୀ ବଡ ବଡ ଫୁଲ ମାଳ ମଧ୍ୟ ତିଆରି କରିଥିବା ଦେଖିବାକୁ ମିଳିଛି । ସେହିପରି ଜବଲପୁର, ବାରାଣସୀ ଏବଂ ଅନ୍ୟ ଅଞ୍ଚଳରେ ଦୀଙ୍କ ବିଜୟ ଏବଂ ଏନଡିଏର ୪୦୦ ପାର ଆସନ ମିଳିବା କାମନା କରି ରୁଦ୍ରାଭିଷେକ ଯଜ୍ଞ ଆୟୋଜିତ କରାଯାଇଛି ।

Comments are closed.