Latest Odisha News

ଭିମସାରରେ ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପଚାରକୁ ନେଇ ଉତ୍ତେଜନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ହୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ଚିକିତ୍ସାଳୟ (ଭିମସାର)ରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ଦନ୍ତ ଚିକିତ୍ସା ବିଭାଗରେ ଚିକିତ୍ସିତ କରାଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ହୋଇଛି ।

ଏନେଇ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଅନୁପ ଶତପଥୀ ଭିମସାରର ଅଧୀକ୍ଷକ ବ୍ରଜ ମୋହନ ମିଶ୍ରଙ୍କୁ ଚିଠି ଲେଖି ଏହି ଦାବି ଜଣାଇଛନ୍ତି ।

ଉକ୍ତ ଚିଠିରେ ଶ୍ରୀ ଶତପଥୀ ଉଲ୍ଲେଖ କରିଛନ୍ତି, ଦନ୍ତ ଚିକିତ୍ସା ବିଭାଗର ସହାୟକ ପ୍ରଫେସର ପ୍ରଶାନ୍ତ କୁମାର ସ୍ୱାଇଁ ଭିମସାରର ଦନ୍ତ ବିଭାଗରେ ଗତ ସୋମବାର ଦିନ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଗତ ଅକ୍ଟୋବର ୧୨ ତାରିଖରେ ସମ୍ପୃକ୍ତ ରୋଗୀ ଜଣଙ୍କୁ ପୁରୁଷ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ପରେ ସର୍ଜରୀ ପାଇଁ ତାକୁ ଡେଣ୍ଟାଲ୍ ଓପିଡିକୁ ନିଆଯାଇଥିଲା । ଯେଉଁଠି ଡ. ସ୍ୱାଇଁ ତା’ର ଅସ୍ତ୍ରୋପଚାର କରିଥିଲେ ।

ଏହି ଅପରେସନ୍ କରିବା ପରେ ସମ୍ପୃକ୍ତ ଡାକ୍ତର ଜଣକ ସେଠାରେ ଅନ୍ୟ ରୋଗୀଙ୍କୁ ମଧ୍ୟ ଚିକିତ୍ସିତ କରାଇଥିଲେ ।

ଏପରିକି ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯେଉଁସବୁ ଗାଇଡଲାଇନ୍ ଅନୁସରଣ କରିବା କଥା ତାକୁ ମଧ୍ୟ କରିନଥିବା ଅଭିଯୋଗ ହୋଇଥିଲା । ଆହୁରି ମଧ୍ୟ ଡ. ମିଶ୍ର କହିଛନ୍ତି ଯେ ଏନେଇ ଭିମସାରର ସୁପରୀଟେଣ୍ଡେଣ୍ଟ ପ୍ରଫେସର ଲାଲ୍ ମୋହନ ନାୟକଙ୍କୁ ଅବଗତ କରାଯାଇଥିଲା । ପରେ ଦନ୍ତ ବିଭାଗକୁ ବନ୍ଦ କରାଯାଇ ଷ୍ଟେରିଲାଇଜେସନ୍ କରାଯାଇଛି ।

ପରବର୍ତ୍ତୀ ସମୟରେ ଏହି ଅଭିଯୋଗଗୁ ଖଣ୍ଡନ କରି ଡ.ସ୍ୱାଇଁ କହିଛନ୍ତି, ସର୍ଜରୀ ସମୟରେ ସମସ୍ତ ପ୍ରକାରର ମାନଦଣ୍ଡକୁ ନଜରରେ ରଖାଯାଇଥିଲା । ଏପରିକି ରୋଗୀ ଜଣକ ଏଚଆଇଭି ସଂକ୍ରମିତ ଥିବାରୁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ତେବେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତିି ।

Comments are closed.