Latest Odisha News

BREAKING NEWS

ଏହିଭଳି ଭାବେ ନିଅନ୍ତୁ କେଶର ଯତ୍ନ !

ଭୁବନେଶ୍ୱର: ଖାସକରି ମହିଳାମାନେ ଲମ୍ବା ଓ ସୁସ୍ଥ କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କେଶ ଶୁଷ୍କ, କେଶରୁ ଝାଳ ବାହାରିବା ତଥା କେଶ ମୂଳ କୁଣ୍ଡେଇ ହୋଇଥାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦେଇଥାଏ।

ତେବେ ଜାଣନ୍ତୁ, ଘରୋଇ ଉପାୟରେ କିପରି ନେବେ କେଶର ଯତ୍ନ ।

  • କେଶ ମୂଳରେ ହେଉଥିବା କୁଣ୍ଡେଇ ପାଇଁ ଲେମ୍ବୁ ବ୍ୟବହାର କରନ୍ତୁ । ଏକ ଛୋଟ ଚାମଚ ଲେମ୍ବୁ ରସକୁ ୧ କପ୍ ପାଣିରେ ମିଶାଇ କେଶରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ କେଶ ଧୋଇଦିଅନ୍ତୁ । ସପ୍ତାହକୁ ୨ ଥର ଏପରି କଲେ କୁଣ୍ଡେଇ ସମସ୍ୟାରୁ ଆରାମ୍ ମିଳିପାରିବ ।

  • ଦୁଇ ଚାମଚ ବେକିଂ ସୋଡ଼ାରେ ସାମାନ୍ୟ ପାଣି ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ । ଏହି ପେଷ୍ଟକୁ ହାଲକା ଭାବେ କେଶରେ ଲଗାଇ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏହାପରେ କେଶ ଧୋଇଦିଅନ୍ତୁ । କିଛିଦିନରେ କେଶ ମୂଳରେ ହେଉଥିବା କୁଣ୍ଡେଇରୁ ଆରାମ୍ ମିଳିଯିବ ।

ସେହିଭଳି ନଡ଼ିଆକୁ କେଶ ମୂଳରେ ମାଲିସ୍ କରି ୧୫ ମିନିଟ୍ ପରେ ଉଷୁମ ପାଣିରେ ମୁଣ୍ଡ ଧୋଇଦିଅନ୍ତୁ । କେଶ ଧୋଇବା ପରେ କୁଣ୍ଡେଇ ହେବା ସମସ୍ୟା ଦେଖାଯିବନି ।

  • ସପ୍ତାହରେ ୩ ଥର କେଶ ଧୁଅନ୍ତୁ । କାହିଁକି ନା କୁଣ୍ଡେଇ ହେବା ସମସ୍ୟାକୁ ଏହା ଦୂର କରିପାରିବ ।
  • ଏସବୁ ବାଦ୍ କେଶ ଓଦା ରହିବା କାରଣରୁ ମଧ୍ୟ ବ୍ୟାକ୍ଟେରିଆ ସଂକ୍ରମଣ ସମସ୍ୟା ସୃଷ୍ଟି ହୁଏ । ତେଣୁ କେଶ ଧୋଇବା ପରେ କେଶ ନ ବାନ୍ଧି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

 

 

Comments are closed.