Latest Odisha News

ରାମ ମନ୍ଦିରକୁ ଉଡାଇ ଦେବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ । ପାକିସ୍ତାନ ରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଏହି ଧମକ ମିଳିଛି । ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଅଡିଓ ମାଧ୍ୟମରେ ଏହି ଚେତାବନୀ ମିଳିଛି ।

ଅଡିଓରେ କୁହାଯାଇଛି ଯେ, ଯେଉଁ ବାବ୍ରି ମସଜିଦ କୁ ଭାଙ୍ଗି ରାମ ମନ୍ଦିର ନିର୍ମାଣ କରାଯାଇଛି । ସେଠାର ଆମର ତିନି ଜଣ ଲୋକ ମଧ୍ୟ ସହିଦ ହୋଇଛନ୍ତି । ତେଣୁ ରାମ ମନ୍ଦିର ଭାଙ୍ଗିବା ଆମର ଦାୟିତ୍ବ ।

ଏହି ଧମକ ଦେବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କୁ ବଢାଇ ଦିଆଯାଇଛି । ରାମ ମନ୍ଦିର ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଏହା ସହ ମହର୍ଷି ବାଲ୍ମିକି ବିମାନବନ୍ଦରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଏସଏସପି ରାଜ କରଣ ନୈୟର କହିଛନ୍ତି ଯେ, ଅଯୋଧ୍ୟା ଧାମକୁ ବିଭିନ୍ନ କ୍ଷେତ୍ରରେ ବିଭକ୍ତ କରାଯାଇ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ଯେଉଁଥିରେ ବିଭିନ୍ନ ଜୋନ୍ ରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପୋଲିସ ବ୍ୟତୀତ ଅନେକ ପିଏସି କମ୍ପାନୀ ଗୁଡିକୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଉଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସିସିଟିଭି କ୍ୟାମେରା ମାଧ୍ୟମରେ ସମଗ୍ର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରହିଛି ।

Comments are closed.