Latest Odisha News

ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ତଥ୍ୟ: ମୁଖ୍ୟ ଶାସନସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଗଲା । ଯେଉଁଥିରେ ଓଡ଼ିଶାର ଜନସଂଖ୍ୟା ଠାରୁ ଆରମ୍ଭ କରି ଭୌଗୋଳିକ ସ୍ଥିତି, ଓଡ଼ିଶାର ଅର୍ଥନୀତି, ଅନ୍ୟାନ୍ୟ କ୍ଷେତ୍ରରେ କ’ଣ ସବୁ ବଡ଼ ବିକାଶ ହେବାକୁ ଅଛି, ଆଉ କେଉଁ କେଉଁ ପ୍ରକାର ଆହ୍ୱାନ ରହିଛି ତାହା ଉପରେ ବିସ୍ତୃତ ଆଲୋଚନା ହୋଇଛି ।

ଆସନ୍ତା ୩ ରୁ ୪ ଦିନ ଭିତରେ ଆହୁରି ୨ ରୁ ୩ଟି ବୈଠକ ହେବ ବୋଲି କହିଛନ୍ତି ଶ୍ରୀ ଜେନା ।

ଏହି ବୈଠକରେ ଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ବ୍ୟତୀତ ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ସଚିବ ବିଶାଳ ଦେବ, କୃଷୀ ସଚିବ ଅରବନ୍ଦି ପାଢ଼ୀ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାର ବଶିଷ୍ଟ ପ୍ରମୁଖ ଯୋଗଦେଇଥିଲେ ।

Comments are closed.