Latest Odisha News

BREAKING NEWS

‘ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍‌, ଓଡିଶାରୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀକୁ ଗଡିବ ବସ୍’

ଭୁବନେଶ୍ବର: ରଥଯାତ୍ରା ପାଇଁ ପ୍ରତି ବ୍ଲକ୍ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ଏହା ସହିତ ଲକ୍ଷ୍ମୀ ବସ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲକ୍ଷ୍ମୀ ବସ୍‌ ସେବା ନେଇ ତର୍ଜମା ଚାଲିଛି । ଯେଉଁଠି ବସ୍‌ ସେବା ନାହିଁ, ସେହି ସ୍ଥାନ ଗୁଡିକରେ ବସ୍ ସେବା ଯୋଗାଇ ଦିଆଯିବ । ତେବେ ବସ୍ ଯେଉଁ ନାମରେ ହେଉନା କାହିଁକି ଲୋକଙ୍କୁ ବସ୍‌ ସେବା ଦିଆଯିବ ।

ସେହିପରି ଆଜି ବସିଥିବା ବୈଠକରେ ପରିବେଶକୁ ଧ୍ୟାନରେ ରଖି ରାଜ୍ୟରେ ବହୁ ମାତ୍ରାରେ ଇଲେକ୍ଟ୍ରିକ ବସ୍ ଚାଲିବ ବୋଲି ଆଲୋଚନା ହୋଇଛି । ଲୋକଙ୍କୁ ଅଧିକରୁ ଅଧିକ ବସ୍‌ ସେବା ଯୋଗାଇ ଦିଆଯିବ ।

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ଓଏସଆରଟିସି ବସ୍‌ । ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍‌ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ।

ସେହିପରି ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍‌ ସେବା ଆରମ୍ଭ ହେବ । ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ଚାଲିବ ବସ୍ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

 

Comments are closed.