Latest Odisha News

ଅନନ୍ତ ଅମ୍ବାନିଙ୍କ ବାହାଘର; ଅତିଥିଙ୍କୁ ମିଳିଲା ୧.୫ କୋଟିର ଉପହାର

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ଗତ ଜୁନ ୧୨ରେ ଧୁମଧାମରେ ସମ୍ପନ୍ନ ହୋଇଯାଇଛି। ଜୁଲାଇ ୧୪ ଅର୍ଥାତ୍ ଆଜି ମୁମ୍ବାଇରେ ଏକ ରିସେପ୍‌ସନ୍ ପାର୍ଟିର ଆୟୋଜନ କରୁଛନ୍ତି।

ତେବେ ଏହି ଗ୍ରାଣ୍ଡ ବାହାଘରକୁ ନେଇ ସବୁଠି ଚର୍ଚ୍ଚା। ଏମିତିକି ବିବାହରେ ଭିଆଇପି ଅତିଥିମାନଙ୍କୁ ସ୍ବତନ୍ତ୍ର ଉପହାର ସେ ଦେଇଛନ୍ତି। ଏହି ସ୍ବତନ୍ତ୍ର ଉପହାରରେ ଭିଆଇପିମାନଙ୍କୁ ଘଡ଼ି ପ୍ରଦାନ କରାଯାଇଥିଲା। ଯାହାର ମୂଲ୍ୟ ୧.୫ କୋଟିରୁ ୨କୋଟି ଟଙ୍କା ମଧ୍ୟରେ ରହିଛି। ତେବେ ଯେଉଁମାନେ ଏହି ଘଣ୍ଟା ପାଇଛନ୍ତି ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ, ରଣବୀର ସିଂହ, ଶିଖର ପାହାଡ଼ିଆ, ବୀର ପାହାଡ଼ିଆ ଏବଂ ମୀଜାନ ଜାଫରୀଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଛନ୍ତି।

ଏ ବାହାଘରରେ ସାମିଲ ହୋଇଥିଲେ ବିଶ୍ବର ବଡ ବଡ ଚେହେରା ।ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା।

ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍‌ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏକ ଆକଳନ ଅନୁସାରେ ଅମ୍ବାନି ପରିବାର ବିବାହରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Comments are closed.