ଭୁବନେଶ୍ୱର: ଆଗାମୀ ଓଡ଼ିଆ ଫିଲ୍ମ ‘ପଟଣାଗଡ଼’ର ରିଲିଜ ଉପରେ ରୋକ ଲଗାଇବା ପିଟିସନ ଖାରଚ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଚଳଚ୍ଚିତ୍ରଟି ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ଠାରେ ଘଟିଥିବା ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଅଧାରିତ ।
ଏହି ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ଫିଲ୍ମ ରିଲିଜ ଉପରେ ଶେଷ ନିଷ୍ପତ୍ତି ସେନସର ବୋର୍ଡ ନେବ ବୋଲି ମଙ୍ଗଳବାର ଦିନ କୋର୍ଟ ସ୍ପଷ୍ଟ କରିଛନ୍ତି ।
ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭଳି ୩ଟି ଭାଷାରେ ଏହି ଚଳଚ୍ଚିତ୍ରଟି ଆସନ୍ତା ନଭେମ୍ବର ୮ ତାରିଖରେ ରିଲିଜ ହେବା ନେଇ ସୂଚନା ରହିଛି । ଏଥିରେ ମୁଖ୍ୟ ଭୂମିକାରେ ମନୋଜ ମିଶ୍ର ଏବଂ ଅତୁଲ କୁଲକର୍ଣ୍ଣି ନଜର ଆସିବେ ।
ଏହି ଚଳଚ୍ଚିତ୍ରଟି ନିକଟରେ କଲିକତା ଫିଲ୍ମ ଫେଷ୍ଟିଭାଲରୁ ପ୍ରଦର୍ଶିତ ହେବାରୁ ବଞ୍ଚିତ ହୋଇଥିଲା ।
ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣା ଯେମିତି ଏକ ଚର୍ଚ୍ଚିତ ଖବର ଥିଲା ସେହିପରି ଫିଲ୍ମ ପାଟଣାଗଡ଼ ମଧ୍ୟ ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଲାଣି । ସଦ୍ଧାର୍ଥ ମାର୍ଥାଙ୍କ ପ୍ରଯୋଜିତ ଓ ରାଜେଶ ତୌଚିରଭରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣିଙ୍କ ଛାଡ ଅନୁ ଚୌଧୁରୀ ମଧ୍ୟ ନଜର ଆସିବେ।
Comments are closed.