Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ, ଏନଡିଏ ସମୟରେ ବିକାଶ ଅଧିକ: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ପ୍ରେସମିଟ୍ କଲେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା। କହିଲେ କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ। ବଜେଟରେ ବିକଶିତ ଭାରତ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି। ୟୁପିଏଠୁ ଏନଡିଏ ସମୟରେ ଭାରତର ଅଧିକ ବିକାଶ ହୋଇଛି ବୋଲି କହିଛନ୍ତି ସାଂସଦ।

ସାଂସଦ କହିଛନ୍ତିସ ଗତ ୬ରୁ ୭ ବର୍ଷରେ ଦ୍ରୁତ ଗତିରେ ବଢ଼ିଥିବା ଅର୍ଥବ୍ୟବସ୍ଥା ପାଲଟିଛି ଭାରତ। ଇଂଲଣ୍ଡକୁ ଟପି ବିଶ୍ବ ଅର୍ଥନୀତିରେ ଆମେ ପଞ୍ଚମ ସ୍ଥାନରେ ପହଞ୍ଚିଛୁ। ୧୦ ବର୍ଷ ଭିତରେ ୧୨.୫ କୋଟି ନିଯୁକ୍ତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ବୈଜୟନ୍ତ। ୟୁପିଏ ସମୟର ୧୦ ବର୍ଷରେ ୨.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲ। ୟୁପିଏ ତୁଳନାରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି, ଯାହାକି ଐତିହାସିକ।

ସେହିପି ଓଡ଼ିଶାରେ ରେଳ ବିକାଶ ପାଇଁ ୧୦,୫୦୦ କୋଟି ଦିଆଯାଇଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଛି, ଆୟୁଷ୍ମାନ ଭାରତ ଲାଗୁ ହେବ। ବହୁତ ଗୁଡ଼ିଏ କେନ୍ଦ୍ର ସରକାରଙ୍କ ଯୋଜନା ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଲାଗୁ କରୁନଥିଲେ। ସେମାନେ ଯୋଜନାକୁ ହଇଜାକ୍ କରୁଥିଲେ ତାଙ୍କ ଯୋଜନା କରି। ହେଲେ ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ଏହି ଯୋଜନା ସବୁ ଓଡିଶାରେ ଲାଗୁ କରାଯିବ ବୋଲି କହିଲେ ସାଂସଦ ବୈଜୟନ୍ତ ପଣ୍ଡା।

Comments are closed.